Home ଜିଲ୍ଲା ପରିକ୍ରମା ୬୦ ପିଲା ୧ କୋଠରୀ; ୨୬ରୁ ପାଠପଢା ହେବ କେମିତି !

୬୦ ପିଲା ୧ କୋଠରୀ; ୨୬ରୁ ପାଠପଢା ହେବ କେମିତି !

88

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ରାଜ୍ୟରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ସ୍ଥିତିରେ କେବଳ ୧୦ମ ଶ୍ରେଣୀ ପିଲାଙ୍କୁ ପାଠପଢା ଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବାଙ୍କତିରା ହାଇସ୍କୁଲ ଠାରେ ଶ୍ରେଣୀ ଗୃହର ସମସ୍ୟା ଦେଖା ଦେଇଛି । କୋଭିଡ଼ ନିୟମ ଅନୁସାରେ ପିଲାମାନେ ପାଠ ପଢିବେ ବୋଲି ସରକାରୀ ନିର୍ଦ୍ଦେଶ ଥିବାବେଳେ ଉକ୍ତ ହାଇସ୍କୁଲରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ୬୦ଜଣ ପିଲା ଅଧ୍ୟୟନ କରୁଛନ୍ତି । ଉକ୍ତ ପିଲାଙ୍କ ପାଇଁ ଗୋଟିଏ ମାତ୍ର କୋଠରୀ ଉଦ୍ଧିଷ୍ଠ ଥିବା ଜଣା ପଡ଼ିଛି । ଏହି ଗୋଟିଏ କୋଠରୀରେ କିପରି ପାଠପଢା ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ;୧୯୮୭ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲଟି ଆଜିବି ପାରିପାଶ୍ୱିର୍କ ପରିସ୍ଥିତିର ସୁଧାର ଆଣିବା ପାଇଁ ସଂଘର୍ଷ ଜାରି ରଖିଛି । ବିଭିନ୍ନ ଗଣମାଧ୍ୟମରେ ହାଇସ୍କୁଲଟିର ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବର୍ଷ ୨୦୧୯ରେ ବିଭାଗ ପକ୍ଷରୁ ମଞ୍ଜୁର ଅର୍ଥରେ ଏକ ରୋଷେଇ ଗୃହ ନିର୍ମିତ ହୋଇଛି । ତେବେ ଆଜିବି ପିଲାଙ୍କ ପାଇଁ ଶ୍ରେଣୀ ଗୃହ ନିର୍ମାଣ ହୋଇ ପାରି ନାହିଁ କି ମୈାଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ । ଚଳିତ ଶିକ୍ଷାବର୍ଷରେ ଉକ୍ତ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ୪୨ ଜଣ, ନବମ ଶ୍ରେଣୀରେ ୬୧ ଜଣ ଓ ଦଶମ ଶ୍ରେଣୀରେ ୬୦ ଛାତ୍ର ନାମ ଲେଖାଇଥିବାର ସୂଚନା ମିଳିଛି । କରୋନା ଯୋଗୁଁ ବିଦ୍ୟାଳୟ ରେ ଶିକ୍ଷା ଦାନ ବନ୍ଦ ରହିଥିଲେ ସୁଦ୍ଧା ବିଗତ ଦିନରେ ଭଙ୍ଗା ଆଜବେଷ୍ଟସ ଛାତ ଘରେ ଅଷ୍ଟମ ଶ୍ରେଣୀର ପାଠପଢା ଚାଲୁଥିଲା । ନବମ ଶ୍ରେଣୀ ଗୃହଟିର ଅବସ୍ଥାମଧ୍ୟ ତଦୃପ । ବର୍ଷା ହେଲେ କାନ୍ଥରୁ ପାଣି ଗଳିବା ସହ ପ୍ଲାଷ୍ଟର ମଧ୍ୟ ଖସୁଛି । ଶ୍ରେଶୀ ଗୃହ ଅଭାବରୁ ଏମଇ ସ୍କୁଲ ଗୃହରେ ଚାଲିଥିଲା ଦଶମ ଶ୍ରେଣୀର ପାଠପଢା । ଶ୍ରେଣୀ ଗୃହ ସମସ୍ୟା ବିଷୟରେ ପ୍ରଧାନଶିକ୍ଷକ ବାବାଜୀ ଚରଣ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସବୁ ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର କହିଥିଲେ । ବ୍ଲକ ଶିକ୍ଷାଧିକାରୀ ଅଧର ତରାଇ ବିଦ୍ୟାଳୟ ପରିଦର୍ଶନ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.