Home ଅନୁଗୁଳ ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଅର୍ଥନୈତିକ ଅବରୋଧ

୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଅର୍ଥନୈତିକ ଅବରୋଧ

18

ତାଳଚେର,୨୫/୦୧(ଅଜିତ କୁମାର ବେହେରା):୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା। ମଂଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ,ଏନଟିପିସି କଣିହାଁ ଓ ତାଳଚେର ଥର୍ମାଲ ଫାଟକ ସମେତ ଆଉ କିଛି କେନ୍ଦ୍ରୀୟ ସଂସ୍ଥାନ ସମ୍ମୁଖରେ ଦାବୀ ସମ୍ବନ୍ଧୀୟ ପୋଷ୍ଟର ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେର ମେଡ଼ିକାଲ କଲେଜରେ ଚଳିତ ଶିକ୍ଷା ବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ପ୍ରଦାନ,ଧୂଳି ଧୂଆଁ ପ୍ରଦୁଷଣକୁ କମାଯିବା,ଅଂଚଳିକ ବେକାରୀ ଦୂରିକରଣ ପାଇଁ ପଦକ୍ଷେପ ନିଆଯିବା,ୱାଗନରେ ପାଲ ଭିଡ଼ି କୋଇଲା ପରିବହନ କରାଯିବା,ତାଳଚେର ରେଳ ଷ୍ଟେସନଠାରୁ ଅନୁଗୋଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୁପ୍ ଲାଇନ୍ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯିବା,ତାଳଚେର ପୁରୀ ପାସେଞ୍ଜରକୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା,ବର୍ତମାନ ପୁରୁଣା ଏନଟିପିସି ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରାନ ଯାଇ ନୂତନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ କରାଯିବା ଆଦି ଦାବୀ ନେଇ ଏହି ଅର୍ଥନୈତିକ ଅବରୋଧ କରାଯାଇଥିଲା । ଏହି ଅବରୋଧ ଫଳରେ ଉଭୟ ରେଳ ଓ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିବାସହ ଉତ୍ପାଦନ ମଧ୍ୟ ଠପ୍ ହୋଇଥିଲା। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ମଧ୍ୟ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ଆନ୍ଦୋଳନରେ ସୁରକ୍ଷା ମଂଚର ସଭାପତି ମୁରଲୀଧର ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧି ସାମିଲ ହୋଇଥିଲେ l ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇ ଦାବୀ ପୂରଣ ନେଇ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.