Home Top News ୫ଜିରେ ଜିଓର ଶତକ ହାସଲ- ୧୦୦ ଦିନରେ ୧୦୧ ସହରରେ ପ୍ରଚଳନ କଲା ଟ୍ରୁ ୫ଜି

୫ଜିରେ ଜିଓର ଶତକ ହାସଲ- ୧୦୦ ଦିନରେ ୧୦୧ ସହରରେ ପ୍ରଚଳନ କଲା ଟ୍ରୁ ୫ଜି

54

– ତାମିଲନାଡୁର ୬ ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ
– କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ୫ଜି ନେଟୱର୍କରେ ଯୋଡିହେଲା

ଭୁବନେଶ୍ୱର ୧୨-୧ (ଓଡ଼ିଆ ପୁଅ) : ୧୦୦ ଦିନରେ ଦେଶରେ ୧୦୧ଟି ସହରରେ ଟ୍ରୁ ୫ଜି ପ୍ରଚଳନ କରି ଜିଓ ନୂଆ ରେକର୍ଡ ସୃଷ୍ଟିକରିଛି । ବୁଧବାର ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଶ୍ରୀ ଟି.ମନୋଥଙ୍ଗରାଜ୍‍ ରାଜ୍ୟର କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ସହରରେ ଜିଓ ଟ୍ରୁ ୫ଜି ନେଟୱର୍କ ଶୁଭାରମ୍ଭ କରିଛନ୍ତି । ଏହି ୬ ସହର ସହିତ ଜିଓର ୫ଜି ନେଟୱର୍କରେ ଯୋଡିହୋଇଥିବା ସହର ସଂଖ୍ୟା ୧୦୧ରେ ପହଞ୍ଚିଛି ।

ଜିଓର ୫ଜି ରୋଲ୍‍ଆଉଟ ସ୍ପିଡ ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକ ତୁଳନାରେ ଯଥେଷ୍ଟ କ୍ଷିପ୍ର ରହିଛି । ଜିଓର ୧୦୧ ସହରରେ ଟ୍ରୁ ୫ଜି ସେବା ଯୋଗାଣ ସ୍ଥାନରେ ଏୟାରଟେଲ୍‍ ମାତ୍ର ୩୦ ସହରରେ ନିଜର ୫ଜି ସେବା ପ୍ରଚଳନ କରିପାରିଛି । ସେହି ସମୟରେ ଭିଆଇ ଅଥବା ଭୋଡା ଆଇଡିଆର ଗ୍ରାହକ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭକୁ ପ୍ରତୀକ୍ଷା କରିଛନ୍ତି ।

୨୦୨୨ ଅକ୍ଟୋବର ୪ ତାରିଖରେ ଦେଶର ୪ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ରିଲାଏନ୍ସ ଜିଓ ୫ଜି ରୋଲ୍‍ଆଉଟର ପ୍ରାରମ୍ଭ କରିଥିଲା ଏବଂ ମାତ୍ର ୧୦୦ ଦିନ ମଧ୍ୟରେ ତାହାର ସେବା ପ୍ରାୟ ୧୦୧ଟି ସହରରେ ପହଞ୍ଚିସାରିଛି । ଏଥିରେ ଦିଲ୍ଲୀ, ମୁମ୍ବଇ, ଚେନ୍ନଇ ଏବଂ କୋଲକାତା ଭଳି ମେଟ୍ରୋ ସହର ସହିତ ଅନେକ ଛୋଟ ବଡ ସହର ସାମିଲ ଅଛି । ନାଥଦ୍ୱାରା, ମହାକାଳ ମନ୍ଦିର, କାମାକ୍ଷା ମନ୍ଦିର, ଗୁରୁବାୟୁର, ତିରୁପତି ଭଳି ଧାର୍ମିକ ମହତ୍ୱ ଥିବା ସ୍ଥାନଗୁଡିକରେ ମଧ୍ୟ ଜିଓ ତାହାର ଟ୍ରୁ ୫ଜି ନେଟୱର୍କ ଉପଲବ୍ଧ କରାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଜିଓ ଟ୍ରୁ ୫ଜି ପ୍ରଚଳନ କରାଯିବା ସହିତ ଟ୍ରୁ ୫ଜି ସେବା ଭୁବନେଶ୍ୱର ଓ କଟକରେ ୨୦୨୩ ଜାନୁଆରୀ ୫ ତାରିଖରେ ଆରମ୍ଭ କରାଯାଇଛି । ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ପାଞ୍ଚଟି ସହରରେ ୨୦୨୩ ଫେବୃଆରୀ ସୁଦ୍ଧା ଟ୍ରୁ ୫ଜି ସେବା ପ୍ରଚଳନ କରିବା ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ତହସିଲ ଏବଂ ତାଲୁକାକୁ ୫ଜିରେ ସଂଯୁକ୍ତ କରିବାକୁ ଜିଓ ଘୋଷଣା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.