Home ଜିଲ୍ଲା ପରିକ୍ରମା ୩ମାସ ବିଳମ୍ବ ପରେ ନୟାଗଡ଼ରେ ନୂଆ ସିଆରସିସି ନିଯୁକ୍ତ

୩ମାସ ବିଳମ୍ବ ପରେ ନୟାଗଡ଼ରେ ନୂଆ ସିଆରସିସି ନିଯୁକ୍ତ

23

ନୟାଗଡ଼, ୧୧ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ସିଆରସିସି (ସାଧନ କେନ୍ଦ୍ର ସଂଯୋଜକ) ପଦବୀ ପାଇଁ ୩ମାସ ହେଲା ପରୀକ୍ଷା ଶେଷ ହୋଇ ଯୋଗ୍ୟ ବିବେଚିତ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉନଥିବାରୁ ଶିକ୍ଷକଙ୍କ ମହଲରେ ଅସନ୍ତୋଷ କୁହୁଳୁଥିଲା। ଯାହାକି ୩ମାସ ବିଳମ୍ବ ପରେ ୨୦ଜଣ ସିଆରସିସିଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଲେ ଦଶପଲ୍ଲା ‌ବ୍ଳକର କୁବେରମଣି ସାହୁଙ୍କୁ ନେଳିଗାଡ଼ିଆ, ଭଗବାନ ଦେହୁରୀଙ୍କୁ ମଧ୍ୟଖଣ୍ଡ, ସରୋଜ କୁମାର ସାହୁଙ୍କୁ ଜଗାପୁର, ସରୋଜ କୁମାର ପ୍ରଧାନଙ୍କୁ ଗୋଛାବାରୀ, ଅଶ୍ୱିନୀ କୁମାର ବେହେରାଙ୍କୁ କୁଲୁରୁକୁମ୍ପା କ୍ଳଷ୍ଟରର ସିଆର୍‌ସିସି ଭାବେ ନିଯୁକ୍ତି ଦିଆଯାଇଥିଲାବେଳେ ଗଣିଆ ବ୍ଳକର ଶୁକଦେବ ରାଉତଙ୍କୁ କିଶୋରପ୍ରସାଦ, ବଳରାମ ବେହେରାଙ୍କୁ ଛାମୁଣ୍ଡିଆ, ନୂଆଗାଁ ବ୍ଳକର ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାହାଡ଼ାଝୋଲା ବାପୁଜୀ ପ୍ରାଇମେରୀ ସ୍କୁଲ, ବିଜୟ କୁମାର ବେହେରାଙ୍କୁୁ ନୀଳାଦ୍ରୀପୁର ପ୍ରାଇମେରୀ ସ୍କୁଲ, ପ୍ରସନ୍ନ କୁମାର ବେହେରାଙ୍କୁ ଜେଏନ୍ ପ୍ରସାଦ, ବେଣୁଧର ମଲ୍ଲିକଙ୍କୁ ଗୁମୀ, ବିଭୂତି ଭୂଷଣ ମିଶ୍ରଙ୍କୁ ଆରଏନ ନୋଡାଲ ଚାହାଳୀ, ନିମାଇଁ ଚରଣ ସାହୁଙ୍କୁ ମଣ୍ଡାଡିହ, ଓଡ଼ଗାଁ ବ୍ଳକର ସୁରେନ୍ଦ୍ର ଷଡ଼ଙ୍ଗୀଙ୍କୁ ଏସ୍‌ଆର ନୋଡାଲ ବନ୍ତଳ, କିଶୋର ମୁଳିଙ୍କୁ ବେରୁଆଁବାରି, ଲଳିତ ମୋହନ ମିଶ୍ରଙ୍କୁ କୋମଣ୍ଡ, ହଟନାଥ ପ୍ରଧାନଙ୍କୁ ସୁନାମୁହିଁ, ଭାପୁର ବ୍ଳକର ଦୀପକ କୁମାର ନାୟକଙ୍କୁ ଜାମୁସାହି କ୍ଲଷ୍ଟରରେ ନିଯୁକ୍ତି ଦିଆଯାଇଛି। ନୂତନ ସିଆରସିସିଙ୍କ ନିଯୁକ୍ତିକୁ ନେଇ ସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.