ad
ଅପରାଧ

୨୦୧୫ ମସିହା କରଞ୍ଜବାଟି ଡ଼ବଲ୍ ମର୍ଡ଼ର ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,ତା ୨୬ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଜମିବାଡି ବିବାଦକୁ ନେଇ ହୋଇଥିବା ଡ଼ବଲ୍ ମର୍ଡ଼ର୍ ଘଟଣାରେ ୬ଜଣ ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବାର ଜଣାପଡିଛି । ଖବର ଅନୁଯାୟୀ ସୋସୋ ଥାନା ଅନ୍ତର୍ଗତ କରଞ୍ଜବାଟି ବଜାର ନିକଟରେ ୨୦୧୫ ମସିହା ଅପ୍ରେଲ ମାସ ୬ ତାରିଖ ଜମିବାଡ଼ି ବିବାଦକୁ ନେଇ ପନ୍ଦାଡୋ ଗ୍ରାମର ରମେଶ ନାୟକ ଓ ବିଦ୍ୟାଧର ଆୟଚଙ୍କୁ ସଙ୍ଘବଧ ଭାବେ ହତ୍ୟା କରାଯାଇଥିଲା । ଏଥିସହ ବାଞ୍ଛାନିଧି ଆୟଚ ଆହତ ହୋଇଥିଲେ। ଏନେଇ ମୃତ ରମେଶଙ୍କ ସ୍ତ୍ରୀ ଗୀତାରାଣୀ ସୋସୋ ଥାନାରେ ଅଭିଯୋଗ କରିଥିଲେ। ସୋସୋ ପୋଲିସ ଏକ ମାମଲା (ନଂ.୧୨/୧୫) ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମର୍ଡ଼ର କେଶ ଘଟଣାରେ ମଙ୍ଗଳବାର ଦିନ ଆନନ୍ଦପୁର ଅତିରିକ୍ତ ଦୌରାଜଜ୍ ରାଜେଶ ଦାଶ ବିଚାରଣରେ ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାକୁ ରାୟ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ହାଟଡିହୀ ବ୍ଲକ ସଢା ଗ୍ରାମର ଜଗନ୍ନାଥ ବେହେରା, ପନ୍ଦାଡୋ ଗ୍ରାମର ଉଦୟ ନାଥ ନାୟକ, ପ୍ରଦୀପ ନାୟକ, ସଞ୍ଜୟ ନାୟକ, ପ୍ରଫୁଲ୍ଲ ନାୟକ, ଦିଲୀପ ନାୟକ ବୋଲି ଜଣାପଡ଼ିଛି ।ଏଥିସହ ପ୍ରତ୍ୟେକ ଜଣଙ୍କୁ ୨୦ହଜାର ଟଙ୍କା ଯୋରିମାନା ଦେବାକୁ ଆଦେଶ ଦେଇଥିଲେ । ୨୦ ହଜାର ଟଙ୍କା ଯୋରିମାନା ଦାଖଲ ନକଲେ ୧ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡିବ ବୋଲି କୋର୍ଟ ସ୍ପଷ୍ଟ କରିଥିବାର ଜଣାପଡିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top