Home କେନ୍ଦୁଝର ୨ବର୍ଷ ହେଲା ଅଜଣା ରୋଗରେ ଘରେ ଶଯ୍ୟାଶାୟୀ ବାମନ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

୨ବର୍ଷ ହେଲା ଅଜଣା ରୋଗରେ ଘରେ ଶଯ୍ୟାଶାୟୀ ବାମନ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

94

ହାଟଡିହି, ୭ /୧୦-(ଓଡିଆପୁଅ/ ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ଗ୍ରାମର ୬୪ବର୍ଷୀୟ ବାମନ ଚରଣ ଜେନା । ପରଘରେ ମୁଲ ଲାଗିଲେ ଚଳୁଥିଲା ସଂସାର । ଘରେ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ତାଙ୍କ ପରିବାର । ଗୋଟିଏ ଝିଅ ଭିନ୍ନକ୍ଷମ ହୋଇଥିବାବେଳେ ଅନ୍ୟ ଜଣେ ବିବାହିତ । ଗତ ୨୦୦୯ ମସିହାରେ ହଠାତ ଏକ ଅଜଣା ରୋଗର ଶୀକାର ହୋଇଥିଲେ । ହଠାତ କମର ପାଖରୁ ବିନ୍ଧାବିନ୍ଧି ହେବାସହ ଡାହାଣ ପଟ ଗୋଡ ଅଚଳ ହୋଇଯିବାରୁ ଚାଲବୁଲ କରିବାକୁ ସକ୍ଷମ ହୋଇପାରିଲେନି । କଟକ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଯୋଗାଭ୍ୟାସ କରିବାରୁ ଆଶାବାଡି ଧରି ଚଲାବୁଲା କରିପାରିଲେ । କିନ୍ତୁ ଗତ ୨ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁପରେ ସେ ଆଉ ଚଲାବୁଲା କରିପାରିଲେନି । ଆଜି ପର‌୍ୟ୍ୟନ୍ତ ଘରେ ଗୋଟିଏ ଖଟିଆ ଉପରେ ପଡି ରହିଛନ୍ତି । ଏପରି ଅବସ୍ଥାରେ ଘରେ ଖାଇବାକୁ କିଛି ନଥିବାବେଳେ ସରକାରଙ୍କ ପକ୍ଷରୁ ମିଳୁଥିବା ରେସନ କାର୍ଡରେ ଚାଉଳ ଗଣ୍ଡିକ ହିଁ ତାଙ୍କର ସାହା ଭରଷା ପାଲଟିଛି । କିଏ ଟିକିଏ ଧରାଧରି କଲେ ସେ ନିଜର ନିତ୍ୟକର୍ମ କରିପାରୁଛନ୍ତି । ବଡ ଝିଅ ବାପାର ସେବାଯତ୍ନ ପାଇଁ ଶ୍ୱଶୁର ଘର ଛାଡି ଗାଁରେ ରହିଛି । ପାଞ୍ଚ ପରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଗଣ୍ଡିଏ ଯୋଗାଡ କରିଦେବା ପାଇଁ କେହି ନାହିଁ । ଘରେ ଆର୍ଥଃକ ଅନାଟନରେ ବୁଡି ରହିଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେଇ ପାରୁ ନାହାନ୍ତି । ପରିବାରଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳକାଟୁଥିବାରୁ ସରକାରଙ୍କ ତରଫରୁ ତାଙ୍କୁ ଉପଯୁକ୍ତ ଆରô୍ଥକ ସହାୟତା ଯୋଗାଇଦେବା ସହିତ ବାମନଙ୍କ ଚିକିତ୍ସା ପାଇଁ କେହି ସହାୟତାର ହାତ ବଢ଼ାଇଲେ ବିଚରା ବାମନ ସୁସ୍ଥ ହୋଇପାରନ୍ତେ ଓ ପରିବାରଟିରେ ହସ ଫୁଟି ପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.