Home ଓଡ଼ିଶା ୧୯ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଆଉ କେତେ ମିଛର ସାହାରା...

୧୯ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଆଉ କେତେ ମିଛର ସାହାରା ନେବ?: ବିଜେପି

847

ବିଜେଡିର ସାମ୍ବାଦିକ ସମ୍ମିଳନିର କଡା ଜବାବ ଦେଲା ବିଜେପି
– ନବଜାତ ଶିଶୁ ମୃତ୍ୟୁ ହାରରେ ଓଡିଶା ହେଉଛି ଦେଶରେ ଏକ ନମ୍ବର। ପ୍ରତି ୧୦୦୦ରେ ଓଡିଶାରେ ଏହା ହେଉଛି ୩୨।
– ନବଜାତ ଶିଶୁ ମୃତ୍ୟୁ ହାର ଦେଶରେ ୧୦୦୦ରେ ୩୪ ଥିବାବେଳେ ଓଡିଶାରେ ଏହି ହାର ହେଉଛି ୪୪।
– ଓଡିଶାର ୩୦ ଜିଲ୍ଲାରୁ ୨୫ ଜିଲ୍ଲାରେ କୁପୋଷଣର ସ୍ଥିତି ଅତି ସଙ୍ଗୀନ।
– ବୟସ ତୁଳନାରେ ଉଚ୍ଚତା ବଢିବା ଓ ଓଜନ ବଢିବାରେ ଓଡିଶାର ଶିଶୁ ମାନଙ୍କର ଅବସ୍ଥା ଆଫ୍ରିକା ମହାଦେଶର ଗରୀବରେ ସଢୁଥିବା ଇଥିଓପିଆ ଭଳି ଦେଶ ସହ ସମାନ।
– ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ଓଡିଶାରେ ଅତ୍ୟନ୍ତ ନୈରାଶ ଜନକ ସ୍ଥିତିରେ ଅଛି। ୨୦୦୧ ମସିହାରେ ୧୦୦୦ ପୁଅରେ ୯୬୭ ଝିଅ ଥିବା ବେଳେ ଏବେ ଏହା ୯୪୧ରେ ପହଂଚିଲାଣି।
– ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ
– ଋାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି।
– ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଖାଲି
ଭୁବନେଶ୍ୱର, ୨୭/୦୪ (ଓଡ଼ିଆ ପୁଅ) : ୧୯ ବର୍ଷର ନବିନ ବାବୁଙ୍କର ସରକାରର ସ୍ଥାଣୁତା ଓ ଅପାରଗତା ପାଇଁ ଓଡିଶା ଆଜି ଦେଶରେ ବିକାଶରେ ମାପକାଠି ସାରା ଦେଶରେ ପଛରେ ପଡିଛି। କେବଳ ବିକାଶର ମିଛ ସ୍ୱପ୍ନ ଦେଖାଇ ଠକି ପାରୁଥିବା ବିଜୁ ଜନତା ଦଳର ମୁଖିଆ ନବିନ ବାବୁ ହେଉଛନ୍ତି ମିଥ୍ୟା ତଥ୍ୟର ସୌଦାଗର। ହେଲେ ଏବେ ରାଜ୍ୟବାସି ମୁଖ୍ୟମନ୍ତ୍ରୀଙ୍କର ୧୯ ବର୍ଷର ମିଛକୁ ବୁଝିସାରିଲେଣି। ମିଛକୁ ଘୋଡାଇବା ପାଇଁ ବିଜୁ ଜନତା ଦଳ ଆଉ ଯେତେ ମିଛର ସାହାରା ନେଲେ ବି ଓଡିଶା ଲୋକ ପରିବର୍ତ୍ତନ ଚାହିଁଲେଣି ବୋଲି ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ନବଜାତ ଶିଶୁ ମୃତ୍ୟୁ ହାରରେ ଓଡିଶା ହେଉଛି ଦେଶରେ ଏକ ନମ୍ବର। ପ୍ରତି ୧୦୦୦ରେ ଦେଶରେ ୨୨ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରୁଥିବାବେଳେ ଓଡିଶାରେ ଏହି ହାର ହେଉଛି ୩୨। ସେହିପରି ଶିଶୁ ମୃତ୍ୟୁ ହାରରେ ମଧ୍ୟ ଓଡିଶା ହେଉଛି ଦେଶରେ ଏକ ନମ୍ବର। ପ୍ରତି ୧୦୦୦ରେ ଦେଶରେ ୩୪ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରୁଥିବାବେଳେ ଓଡିଶାରେ ଏହି ହାର ହେଉଛି ୪୪। ସେହିଭଳି ୫ ବର୍ଷରୁ କମ ଶିଶୁ ମୃତ୍ୟୁହାରରେ ଭାରତ ବର୍ଷରେ ୧୦୦୦ରେ ୩୯ ଥିବା ବେଳେ ଓଡିଶାରେ ଏହା ହେଉଛି ୫୦। ଶିଶୁ ମୃତ୍ୟୁ ହାରରେ ଓଡିଶା ଦେଶରେ ତଳ ଆଡୁ ପ୍ରଥମ ହୋଇଥିବାବେଳେ ଏଠାରେ କିନ୍ତୁ ବିଜୁ ଜନତା ଦଳର ସରକାର ଖାଲି ମିଛ ବିଜ୍ଞାପନ ଆଉ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡୁଛନ୍ତି।

ଓଡିଶାର ୩୦ ଜିଲ୍ଲାରୁ ୨୫ ଜିଲ୍ଲାରେ କୁପୋଷଣର ସ୍ଥିତି ଅତି ସଙ୍ଗୀନ। ସେହିପରି ବୟସ ତୁଳନାରେ ଉଚ୍ଚତା ବଢିବା ଓ ଓଜନ ବଢିବାରେ ଓଡିଶାର ଶିଶୁ ମାନଙ୍କର ଅବସ୍ଥା ଆଫ୍ରିକା ମହାଦେଶର ଗରୀବରେ ସଢୁଥିବା ଇଥିଓପିଆ ଭଳି ଦେଶ ସହ ସମାନ। ସେହିପରି ଓଡିଶାରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ମଧ୍ୟ ଓଡିଶାରେ ଅତ୍ୟନ୍ତ ନୈରାଶ ଜନକ ସ୍ଥିତିରେ ଅଛି। ୨୦୦୧ ମସିହାରେ ୧୦୦୦ ପୁଅରେ ୯୬୭ ଝିଅ ଥିବା ବେଳେ ଏବେ ଏହା ୯୪୧ରେ ପହଂଚିଲାଣି। ଓଡିଶାରେ ଭ୍ରୁଣ ହତ୍ୟାର ଏକ ର୍ୟାକେଟ ଚାଲିଛି ବୋଲି ଗୋଲକ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ନବିନ ବାବୁଙ୍କର ୧୯ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କାହିଁକି ନାହିଁ? ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିସ୍ତ୍ରା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ କେବେ ଏହି ସୁବିଧା ମିଳିବ ? ଋାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ଋାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି। ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଖାଲି। ରାଜ୍ୟରେ ପ୍ରସୁତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟରେ ଏବେ ୧ କୋଟି ୨ ଲକ୍ଷ ଲୋକ ହେଉଛନ୍ତି ନିରକ୍ଷର। କୋଟିଏ ମୁର୍ଖଙ୍କ ମୁଖିଆ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ। ରାଜ୍ୟ ସାକ୍ଷରତା ମିଶନର ମୁଖ୍ୟ ହେଉଛନ୍ତି ନିଜେ ଖୋଦ ମୁଖ୍ୟମନ୍ତ୍ରୀ। ରାଜ୍ୟ ସାକ୍ଷରତା ମିଶନ ୨୦୦୧ ମସିହାରେ ଗଠିତ ହୋଇଥିବାବେଳେ ଏବେ ସୁଧା ୧୮ ବର୍ଷ ଭିତରେ ଥରୁ ଟିଏ ହେଲେ ବସି ନାହିଁ ଏହାର ବୈଠକ। ୭ % ସରକାରୀ ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲୁଥିବା କଥା ସ୍ୱୀକାର କରନ୍ତୁ ସରକାର। ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି। ୩୬ ହଜାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲରେ କାମଚଳା ପ୍ରଧାନ ଶିକ୍ଷକ କାମ କରୁଛନ୍ତି। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ବିଭାଜିତ ନ କରି ସମାନ କାମ ପାଇଁ ବିରାଟ ତାରତମ୍ୟ ଦୂର ହେବ କେବେ ? ରାଜ୍ୟରେ ୫୩, ୨୫୨ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୧ ହଜାର ୧୯୨ଟି ସ୍କୁଲରେ ଖେଳ ପଡିଆ ଥିବା ବେଳେ ୩୨ ହଜାରରୁ ଉର୍ଧ ସ୍କୁଲରେ ଖେଳ ପଡିଆ ନ ଥିବା ସ୍ୱୀକାର କରୁ ବିଜେଡି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.