ad
ଓଡ଼ିଶା

୧୬ରେ ମୋଦିଙ୍କ ରୋଡ ସୋ, ଫୋକସରେ ଭୁବନେଶ୍ୱର ଲୋକସଭା

ଭୁବନେଶ୍ୱର, ୧୪/୦୪ (ଓଡ଼ିଆ ପୁଅ) : ଆସନ୍ତା ୧୬ ତାରିଖ ଅପରାହ୍ନ ୪ ଟା ବେଳେ ପ୍ରାଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଏକ ବିରାଟ ରୋଡ ସୋ ଏବଂ ବରମୁଣ୍ଡା ପଡିଆ ଠାରେ ଏକ ବିଶାଳ ସଭାରେ ଉଦବୋଧନ ଦେବେ। ଭୁବନେଶ୍ୱର ସମେତ ୫ଟି ଲୋକସଭାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିର ଜନତା ଏଥିରେ ଯୋଗଦେବେ ବୋଲି ଖୋର୍ଧାଠାରେ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଲେଖାଶ୍ରୀ କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜେଡିର ମୁଖିଆ ନବୀନ ବାବୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନବୀନ ବାବୁ କଣ ରାହୁଲ ଗାନ୍ଧି, ମମତା ବାର୍ନାଜୀ, ଚନ୍ଦବାବୁ ନାଇଡୁ, ଅଖିଳେଶ ଯାଦବ ଏବଂ ଫାରୁକ ଅବଦୁଲା ଭଳି ରାଜନେତାମାନେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଚାହୁଁଛନ୍ତି ତାହା ସ୍ୱଷ୍ଟ କରନ୍ତୁ। ନବିନ ବାବୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଲୋକପ୍ରୟତାକୁ ଦେଖି ଇର୍ଷାନିତ ହୋଇ ଏଭଳି ବକ୍ତ୍ୟବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଶାରେ ଯାହା ଯାହା ଲୋକାଭିମୁଖୀ କାର୍ଯ୍ୟ କରିବାକୁ ଚାହିଁଛନ୍ତି ସବୁଥିରେ ବାଧକ ସୃଷ୍ଟି କରିଛନ୍ତି ନବୀନବାବୁ। ସେ ଆବାସ ଯୋଜନା ହେଉ, ଆୟୁସ୍ମାନ ଯୋଜନା ହେଉ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ହେଉ, ପାରାଦ୍ୱୀପରେ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ପ୍ରୋଟୋଲିୟମ ହବ ପାଇଁ ପୁଞ୍ଜି ନିବେଶ କଥା ହେଉ, ଖୋର୍ଦ୍ଧାର ପାଇକ ବିଦ୍ରୋହ ୨୦୦ ବର୍ଷର ପୂର୍ତି ସ୍ମାରକୀ ନିର୍ମାଣ କଥା ହେଉ ସବୁଥିରେ ବାଧକ ସୃଷ୍ଟି କରିଛନ୍ତି ନବୀନବାବୁ। କେନ୍ଦ୍ର ସରକାର ଯେତେବେଳେ ଯେଉଁ ଭଲ ଯୋଜନା କରୁଛନ୍ତି ନବୀନବାବୁ କିଭଳି ଏହି ଯୋଜନା ନହୋଇ ପାରିବ ଏବଂ ଲୋକଙ୍କ ପାଖରେ ଏହାର ଲାଭ ନପହଂଚିପାରିବ ତାହା ପାଇଁ ଷଡଯନ୍ତ୍ର କରୁଛନ୍ତି। ନବୀବବାବୁ ଚାହୁଁ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନାକୁ ଗରିବ ଲୋକମାନଙ୍କୁ ମିଳୁ।

ଯେଉଁ ପ୍ରଧାନମନ୍ତ୍ରୀ ଓଡିଶାରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି। ସେହି ବ୍ୟକ୍ତି ୫ ବର୍ଷ ମଧ୍ୟରେ ଓଡିଶାରେ ୫୦ ଲକ୍ଷ ପାଇଖାନା କରାଇଛନ୍ତି, ୨୦ ଲକ୍ଷ ବାସଗୃହ କରିଛନ୍ତି, ଦିନକୁ ୨୮ କିମି ରାଜପଥ ନିର୍ମାଣ କରାଇପାରୁଛନ୍ତି ସେଭଳି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନବୀନ ବାବୁଙ୍କ ଷଡଯନ୍ତ୍ର ଏବେ ପଦାରେ ପଡିଲାଣି। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତିଭୂମି ଲାଗି ଯେଉଁ ପ୍ରଧାନମନ୍ତ୍ରୀ ଦିନେ ବି ଛୁଟି ନନେଇ ଅହରହ ଏଦିଗରେ କାମ କରୁଛନ୍ତି ସେ ନବିନ ବାବୁଙ୍କ ଆଖିରେ ଆଯୋଗ୍ୟ କେମିତି ହୋଇଗଲେ ବୋଲି ଲେଖାଶ୍ରୀ କହିଛନ୍ତି।

ନବୀନବାବୁ ୨୧ ରୁ ୨୦ ସାଂସଦଙ୍କୁ ଦିଲ୍ଲୀ ପଠାଇଥିବା ବେଳେ ସେମାନେ କେବେ ବି ଓଡିଶାର ସ୍ୱାର୍ଥ ମୁହଁ ଖୋଲନ୍ତି ନାହିଁ। ସେମାନେ ପୋଲଭରମ କଥା ହେଉ କିମ୍ବା ମହାନଦୀ ପ୍ରସଙ୍ଗ ହେଉ, ଏମଏସପି ହେଉ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହେଉ ସେଥିରେ ଚୁପ୍ ରହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନବାବୁ ବିଭିନ୍ନ ସମୟରେ ଓଡିଶର ସ୍ୱାଭିମାନ କଥା କହୁଥିବା ବେଳେ ତାଙ୍କ ସାଂସଦମାନେ ଓଡିଶା କଥା ଉଠାନ୍ତି ନାହିଁ। ୨୦ ବର୍ଷ ଶାସନରେ ଭିତରେ ଗରିବଙ୍କୁ ଆହୁରି ଗରିବ କରିସାରିଲେଣି ଏବଂ ଆଜି ପର୍ଯ୍ୟନ୍ତ ଲୋକଙ୍କ ଘରେ ପିଇବା ପାଣି ପହଂଚାଇ ପାରୁନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି ଏବଂ ଔଷଧ କେନ୍ଦ୍ରରେ ତାଲା ଲାଗିଛି। ପ୍ରକୃତ କଥା କେନ୍ଦ୍ରରେ ଏକ ମଜବୁତ୍ ସରକାର ଗଠନ ହେଉ ବୋଲି ନବୀନବାବୁ ଚାହୁଁନାହାନ୍ତି। ନବୀନବାବୁ କେନ୍ଦ୍ରରେ ଏକ ଦୁର୍ବଳ ସରକାର ଚାହୁଁଛନ୍ତି ବୋଲି ଡ. ଲେଖାଶ୍ରୀ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top