Home ଓଡ଼ିଶା ୧୫ ବର୍ଷୀୟା ନାବାଳିକାର ବିବାହ ଅଟକେଇଲା ପୋଲିସ, ଚାଇଲଡ଼ ଲାଇନର ଅଭିଯୋଗ କ୍ରମେ ବନ୍ଦ ହେଲା...

୧୫ ବର୍ଷୀୟା ନାବାଳିକାର ବିବାହ ଅଟକେଇଲା ପୋଲିସ, ଚାଇଲଡ଼ ଲାଇନର ଅଭିଯୋଗ କ୍ରମେ ବନ୍ଦ ହେଲା ବିବାହ ଆୟୋଜନ

152

ବଲାଙ୍ଗୀର/ଟିଟିଲାଗଡ ୧୧-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଟିଟିଲାଗଡ ନିକଟସ୍ଥ ସଗାଡ଼ଘାଟ ଗ୍ରାମ ପଞ୍ଚାୟତର ଜଣେ ୧୫ ବର୍ଷୀୟା ନାବାଳିକା ସହ ଟିଟିଲାଗଡ ସହରର ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ଟିଟିଲାଗଡ ସ୍ଥିତ ମହାବୀର ପଂଚାୟତ ଧର୍ମଶାଳାରେ ପୂର୍ବ ପ୍ରସ୍ତୁତି କ୍ରମେ ଆୟୋଜନ କରାଯାଇ ଥିଲା। ଏ ନେଇ ଚାଇଲଡ଼ ଲାଇନ ବଲାଙ୍ଗୀର ସି ଡି ପି ଓ ମୁନମୟୀ ଭୋଇଙ୍କ କହିବାନୁଯାୟୀ ଉକ୍ତ ୧୫ବର୍ଷୀୟା ନାବାଳିକା ଙ୍କ ସହ ୩୬ ବର୍ଷୀୟ ଜଣେ ବ୍ୟକ୍ତି ଙ୍କ ସହ ବିବାହ ନିମନ୍ତେ ବୈଦିକ ରୀତିରେ ସବୁ ଆୟୋଜନ କରାଯାଇଥିଲା। ଏପରିକି ଭୋଜି, ଭାତର ଆୟୋଜନ କରାଯାଇଥିଲା। ଏ ନେଇ ସୂଚନା ପାଇ ବଲାଙ୍ଗୀର ଚାଇଲଡ଼ ଲାଇନ ସଦସ୍ୟ ସିବାନନ୍ଦ ବେହେରା, ସୁପରଭାଇଜର ଆଞ୍ଜୁଲତା ପାଢ଼ୀ ତଥା ସୁପ୍ରଭାଇଜର ଚଞ୍ଚଳ ରାଣା ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମଶାଳା ରେ ପହଞ୍ଚି ପୂର୍ବରୁ ଥିବା ଉଭୟ ପକ୍ଷଙ୍କୁ ବିବାହ ନ କରିବା ନେଇ ବୁଝେଇଥିଲେ। ହେଲେ ଉଭୟ ପକ୍ଷ ବିବାହ ଆୟୋଜନ କରାଯାଇଛି ଓ କରିବେ ବୋଲି ଜିଦ ଧରିଥିଲେ। ପରେ ବାଧ୍ୟ ହୋଇ ଚାଇଲଡ଼ ଲାଇନ ସଦସ୍ୟ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବାରିହା ଙ୍କୁ ଜଣାଇଥିଲେ। ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନିର୍ଦେଶ କ୍ରମେ ଏସ ଆଇ ମୋହିନୀ ମଲ୍ଲିକ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ବିବାହ ବନ୍ଦ କରେଇଥିଲେ। ଜଣେ ପୂଜକ ସମେତ ଅନ୍ୟ ଦୁଇ ପକ୍ଷ ର ଆୟୋଜକ ଙ୍କୁ ଥାନା କୁ ପୋଲିସ ନେଇଯାଇଥିଲେ । ଥାନା ରେ ଉକ୍ତ ନାବାଳିକା ର ୧୮ ବର୍ଷ ପୁରିଲେ ବିବାହ କରାଯିବା ନେଇ ଏକ ରାଜିନାମା ପତ୍ର ସ୍ବାକ୍ଷର କରାଯାଇଥିଲା। ଉକ ନାବାଳିକା ୧୮ ବର୍ଷ ହେଲା ପରେ ବିବାହ ପାଇଁ ଚୁକ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.