Home ଜିଲ୍ଲା ପରିକ୍ରମା ୧୫୦ ଦେଶୀ ମଦ ସହ ବାଇକ୍ ଜବତ, ୩ ଗିରଫ

୧୫୦ ଦେଶୀ ମଦ ସହ ବାଇକ୍ ଜବତ, ୩ ଗିରଫ

72

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ଜିଲା ଅବକାରୀ ବିଭାଗ ପକ୍ଷରୁ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ତିହିଡି ଥାନା ଅଧୀନସ୍ଥ ହାଟୁଆରୀ ଗ୍ରାମାଞ୍ଚଳରେ ଚଢାଉ କରି ଓଡି-୨୨ପି-୮୫୫୨ ନମ୍ବରର ହିରୋ ଗ୍ଲେମୋର ମୋଟରସାଇକେଲ୍‌ରୁ ୧୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିଛନ୍ତି । ଏବଂ ଏଥିରେ ସଂପୃକ୍ତ ତିହିଡି ଥାନା ଅଧୀନସ୍ଥ ହାଟୁଆରୀ ଗ୍ରାମର ମାଧବାନନ୍ଦ ମଳିକଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଅନୁରୂପ ତିହିଡି ଥାନା ଅଧୀନସ୍ଥ ଭାଟପଡା ଓ ବଉଳପାଳ ଗ୍ରାମରେ ଚଢାଉ କରାଯାଇ ୫୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଏଥିରେ ସଂପୃକ୍ତ ତିହିଡି ଥାନା ଅଧୀନସ୍ଥ ଭାଟପଡା ଗ୍ରାମର ଶ୍ରୀକୁମାର ଦାସ ଓ ବଉଳପାଳ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୧୫୦ ଲିଟର ଦେଶୀ ରନ୍ଧାମଦ ଜବତ ହେବା ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ପ୍ରହ୍ଲାଦ ସାମଲ, ଭବେଶ ଦାସ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏ ନେଇ ତିହିଡି ଅବକାରୀ ଥାନା ପକ୍ଷରୁ ୩ ଗୋଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.