Home ଜିଲ୍ଲା ପରିକ୍ରମା ୧୪ ନଂ ୱାର୍ଡ ସ୍ୱାଧୀନ କାଉନ୍‌ସିଲର ବିଜେଡିରେ ମିଶିବା ପ୍ରସଙ୍ଗ, ସ୍ୱାଗତ ଶୋଭାଯାତ୍ରାକୁ ତୀବ୍ର ବିରୋଧ,...

୧୪ ନଂ ୱାର୍ଡ ସ୍ୱାଧୀନ କାଉନ୍‌ସିଲର ବିଜେଡିରେ ମିଶିବା ପ୍ରସଙ୍ଗ, ସ୍ୱାଗତ ଶୋଭାଯାତ୍ରାକୁ ତୀବ୍ର ବିରୋଧ, ଦୁଇଗୋଷ୍ଠୀ ମୁହାଁମୁହିଁ, ୧୪୪ ଧାରା ଜାରି

39

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରର ୧୪ନଂ ୱାର୍ଡର ସ୍ୱାଧୀନ କାଉନ୍‌ସିଲର କିଛିଦିନ ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ। ପୁରୁଣାବଜାର ବିଜେଡି ପକ୍ଷରୁ ତାଙ୍କୁ ଆଜି ଏକ ଶୋଭାଯାତ୍ରାରେ ସ୍ୱାଗତ କରାଯାଉଥିବା ସମୟରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଏବଂ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ ହୋଇଥିବା ବେଳେ ସେଠାରେ ପଥର ପଡି ପୁଲିସ୍ ଓ କର୍ମୀ ଆହତ ହୋଇଛନ୍ତି। ଏବଂ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକାର ୧୪ ନଂ ୱାର୍ଡର ସ୍ୱାଧୀନ କାଉନସିଲର ସେକ୍ ଜହିରୁଦ୍ଦିନ୍ ବିଜେଡିରେ ଯୋଗ ଦେବା ପରେ ଆଜି ତାଙ୍କୁ ପୁରୁଣାବଜାରର ବିଜେଡି କର୍ମୀମାନେ ସ୍ୱାଗତ କରି ଏକ ଶୋଭାଯାତ୍ରାରେ ନିଜ ଅଂଚଳକୁ ନେଉଥିଲେ। ଠିକ୍ ଏହି ସମୟରେ ସଂପୃକ୍ତ କାଉନ୍‌ସିଲରକୁ ବିରୋଧ କରୁଥିବା କିଛି ଯୁବକ ପ୍ରଥମେ ନାରାବାଜି କରିଥିଲେ ଓ ପରେ କଳା ପତାକା ଦେଖାଇବା ସହ ଭଦ୍ରକ ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ଶୋଭାଯାତ୍ରାକୁ ବିରୋଧ କରି ଠେଲାପେଲା କରିଥିଲେ। ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀମାନେ ଅଟକାଇବାରୁ ଉଭୟଙ୍କ ଭିତରେ ଧସ୍ତାଧସ୍ତି ପରେ ଶୋଭାଯାତ୍ରାକୁ ପୁଲିସ୍ ପାସ୍ କରିଦେବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି। ଅନ୍ୟପକ୍ଷରେ ପୁରୁଣାବଜାର ଅଂଚଳରେ ଯେପରି କୌଣସି ଶାନ୍ତିଶୃଙ୍ଖଳା ନଷ୍ଟ ନହୁଏ, ତାହାକୁ ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୭ଟା ଠାରୁ ଆସନ୍ତାକାଲି ସକାଳ ୮ ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ପୁରୁଣାବଜାର ଥାନା ଅଂଚଳରେ ବଳବତ୍ତର ରହିବ ବୋଲି ପୁଲିସ୍ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.