Home ଓଡ଼ିଶା ୧୨ ଦଫା ଦାବିରେ ହରିଚନ୍ଦନପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ପଦଯାତ୍ରା

୧୨ ଦଫା ଦାବିରେ ହରିଚନ୍ଦନପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ପଦଯାତ୍ରା

26

ହରିଚନ୍ଦନପୁର, ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଏକ ବିଶାଳ ପଦଯାତ୍ରା ହୋଇଯାଇଛି । ଗୁରୁବାର ମଧ୍ୟାହ୍ନରେ ବ୍ଲକର ପାଖାପାଖି ୩୦୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହକର୍ମୀମାନେ ରେଲୱେ ବାଇପାସ୍ ଛକ ଠାରେ ଏକତ୍ରିତ ହୋଇ ଏକ ବିରାଟ ପଦଯାତ୍ରା ଆରମ୍ଭ କରିଥିଲେ । ଉକ୍ତ ପଦଯାତ୍ରା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚି ପରିଶେଷରେ ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ଏବିଡ଼ିଓ ବିପ୍ର ଚରଣ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ଅଙ୍ଗନୱାଡ଼ି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା, ଅବସରକାଳୀନ ସହାୟତା ରାଶି ପ୍ରଦାନ, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା, ଗ୍ରୀଷ୍ମ ଅବକାଶ ଲାଗୁ କରିବା, ରନ୍ଧନ ଗ୍ୟାସ ଚୁଲା ଓ ସିଲିଣ୍ଡର ପ୍ରଦାନ ଭଳି ବିଭିନ୍ନ ଦାବି ବିଷୟରେ ଉଲ୍ଲେଖ ଅଛି । ଏହି କାର୍ଯ୍ୟକ୍ରମକୁ ସଂଗଠନର ରୀନାରାଣୀ ବେହେରା, ସଂଯୁକ୍ତା ସାହୁ, ଅରୁନ୍ଧତୀ ନାଏକ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.