Home ଓଡ଼ିଶା ୧୨ଫୁଟ ଅହିରାଜ ଉଦ୍ଧାର ପରେ କେଶପାନିଆ ଗ୍ରାମବାସୀ ଖୁସି

୧୨ଫୁଟ ଅହିରାଜ ଉଦ୍ଧାର ପରେ କେଶପାନିଆ ଗ୍ରାମବାସୀ ଖୁସି

211

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୭-ନୟାଗଡ ଜିଲ୍ଲା ରଣପୁର ନିର୍ବାଚାନ ମଣ୍ଡଳୀ କେଶପାନିଆ ଗ୍ରାମରୁ ଗତ ୨୭ ତାରିଖ ରାତ୍ରି ୧୧ଟା ୩୦ ମିନିଟ୍ ସମୟରେ ଏକ ୧୨ଫୁଟ ଲମ୍ବର ଅହିରାଜ ଉଦ୍ଧାର ପରେ ଗ୍ରାମବାସୀମାନେ ଖୁସିରେ ଥିବା ଜଣା ପଡିଛି । ରାତ୍ରିରେ କେଶପାନିଆ ଗ୍ରାମର କିଶୋର ନାୟକଙ୍କ ଘରେ ଅହିରାଜ ପଶିଥିବା ଜଣା ପଡିଥିଲା । ରେଂଜର ଅର୍ଚ୍ଚନା ଗମାଁଗୋ ଓ ଡମ ସାହିର ସୁର୍ଯ୍ୟକାନ୍ତ ମହାରଣା ସ୍ନେକ୍ ହେଲ୍ପଲାଇନ୍ ର ସଦସ୍ୟ ଅଜୟ କୁମାର ଦାଶଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ।

ଅଜୟ କୁମାର ଦାଶ ଓ ତାଙ୍କ ସହଯୋଗୀ ଦିନବନ୍ଧୁ ବିଶ୍ୱାଳ ଅନ୍ଧାରରେ ଅଧଘଣ୍ଟା ଲାଗି ୧୨ ଫୁଟ ଲମ୍ବର ଅହିରାଜଟିକୁ ଉଦ୍ଧାର କରିଥିଲେ । ଫଳରେ ଗ୍ରାମବାସୀମାନେ ଖୁସି ହୋଇଯାଇଥିଲୋ ଉଦ୍ଧାର ଅହିରାଜଟି ଅସୁସ୍ଥ ହୋଇ ପଡିଥିବାରୁ ୨୮ ତାରିଖ ସକାଳୁ ପଥର ବାଡ ଜଙ୍ଗଲରେ ନେଇ ଅଜୟ କୁମାର ଦାଶ ଛାଡିଥିବା ଜଣା ପଡିଛି । ରଣପୁର ରେଂଜ ଅଂଚଳରେ ଅଧିକ ଅହିରାଜ ରହିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.