Home ଜିଲ୍ଲା ପରିକ୍ରମା ୧୧ ଦଫା ଦାବିପୁରଣ ନେଇ ସ୍ୱାଭିମାନ ଅଚଂଳରେ ଆଦିବାସୀ ମେଳି

୧୧ ଦଫା ଦାବିପୁରଣ ନେଇ ସ୍ୱାଭିମାନ ଅଚଂଳରେ ଆଦିବାସୀ ମେଳି

42

ମାଲକାନଗିରି,୮ା୪ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳ ମୁଦୁବିଗୁଡା ଓ ବାୟାପଡା ଠାରେ ନୂତନ ଗ୍ରାମପଚାଂୟତ ଅଫିସ ଖୋଲିବା ଓ ଅନ୍ୟାନ ଦାବିନେଇ ୨୫ ଟି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ବାରମ୍ବାର ଦରଖାସ୍ତ ଦେବାପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସ୍ୱାଭିମାନ ଅଚଂଳ ନାରିଙ୍ଗିଝୋଲା ଠାରେ ଶହ ଶହ ଆଦିବାସୀ ମହିଳା ପୁରୁଷ ପ୍ରଜାମେଳି କରିଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଳକୁ ସଂଯୋଗ କରୁଥିବା ଗୁରୁପ୍ରୀୟା ସେତୁ ଉଦଘାଟନି କରିବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଏହା ଆଉ ବିଛିନ୍ନାଚଂଳ ହୋଇ ରହିବନାହିଁ,ବିଛିନ୍ନାଚଂଳ ବଦଳରେ ସ୍ୱାଭମାନ ଅଚଂଳଭାବେ ଘୋଷଣା କରିଥିଲେ,ସେହି ସ୍ୱାଭିମାନଅଚଂଳର ୨୫ଖଣ୍ଡ ଗ୍ରାମବାସୀ ଏବେ ବି ନିଜ ପଚାଂୟତ ଠାରୁ ବିଛିନ୍ନ ହୋଇରହିଛନ୍ତି । ମୁଦୁଲିଗୁଡା ଓ ବାୟାପଡା ଗ୍ରାମଠାରେ ଗ୍ରାମପଚାଂୟତ ଅଫିସ ଖୋଲିବା,ବିଦ୍ୟାଳୟ ହଷ୍ଟେଲ,ସ୍ୱାସ୍ଥ୍ୟକେନ୍ଦ୍ର,ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ଖୋଲିବା,ସ୍ୱାଭିମାନଅଚଂଳର ବିଭିନ୍ନ ଗ୍ରାମକୁ ପକ୍କାସଡକ ନିର୍ମାଣକରିବା ସହ ଅନ୍ୟାନ ଦାବିକରିଆସୁଥିଲେ ମଧ୍ୟ ସେମାନଙ୍କ ଦାବିପ୍ରତି କେହି ଗୁରୁତ୍ୱ ଦେଉ ନଥିବାରୁ ବୁଧବାର ଅପରାହ୍ନରେ ସ୍ୱାଭିମାନ ଅଚଂଳର ଦୁର୍ଗମ ଅପହଁଚ ଇଲାକା ନାରିଙ୍ଗିଝୋଲା ଗ୍ରାମ ଠାରେ ଶହ ଶହ ଆଦିବାସୀ ମହିଳା ପରୁଷ ଏକତ୍ରିତ ହୋଇ ପ୍ରଜାମେଳି କରିଛନ୍ତି । ଏହି ପ୍ରଜାମେଳିରେ ମୁଦୁଲିଗୁଡା,ବାୟାପଡା,ନାରିଙ୍ଗିଝାଲ, ଆମେଲିବେଢା,ସିରିପେଟା,ବକୁଲି, ଲାଡିଗୁଡା,ଟାଇମାଲ,ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା,ରାବା, ଅଙ୍ଗୁରବେଡା,ଦାମଦରାବେଢା ଏଭଳି ୨୫ରୁ ଉର୍ଦ୍ଦଗ୍ରାମର ମୁଖିଆ ଙ୍କ ସହିତ ଶହ ଶହ ଆଦିବାସୀ ମହିଳା ପୁରଷ ମାନେ ନାରିଙ୍ଗିଝୋଲା ଠାରେ ପ୍ରଜାମେଳି କରି ସରକାର ଓ ଜିଲ୍ଲା ପ୍ରଶାସନ ବିରୋଧରେ ସ୍ୱର ଉତୋଳନ କରିଛନ୍ତି । ମୁଦୁଲିଗୁଡା ଓ ବାୟାପଡା ଠାରେ ଗ୍ରାମପଚାଂୟତ ଅଫିସ ଖୋଲିବା ପାଇଁ ଦାବିଜଣାଇବା ସହିତ ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ,ପାନୀୟଜଳ ଯୋଗଣ,ପିଡିଏସ ଚାଉଳ ଯୋଗାଣ,ସହ ଅନ୍ୟାନ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଦାବିକରିଛନ୍ତି । ପାହଡ,ପର୍ବତ,ବଣ ଜଙ୍ଗଲ,ନଦୀ ନାଳ, ଜଳଭଣ୍ଡାର ଘେରା ମାଳ ଅଚଂଳରେ ନାକାମାମୁଡି ଗ୍ରାମପଚାଂୟତ ରହିଛି । ପ୍ରାୟ ୬୦ରୁ ଉର୍ଦ୍ଦଗ୍ରାମକୁ ନେଇ ଏହି ପଚାଂୟତ ଗଠିତ ହୋଇଛି । ସମତଳ ଅଚଂଳ ନକାମାମୁଡି ଠାରେ ପଚାଂୟତ ମୁଖ୍ୟକାର‌୍ୟ୍ୟାଳୟ ଥିବାରୁ ତାର ପୁବ ର୍ଦିଗ ଚିତ୍ରକୋଣ୍ଡା ଜଳଭଣ୍ଡାର କୁ ଲାଗିରହିଥିବା ପାହଡ,ପର୍ବତ,ବଣ ଜଙ୍ଗଲ,ନଦୀ ନାଳ ପ୍ରଭାବିତ ପ୍ରାୟ୩୦ରୁ ଉର୍ଦ୍ଦଗ୍ରାମ ରହିଛି,ସେମାନଙ୍କୁ ନାକାମାମୁଡି ପଚାଂୟତ କାର‌୍ୟ୍ୟାଳକୁ ଆସିବାକୁ ହେଲେ ଅଙ୍ଗାରଗୁଡା ଘାଟରୁ ଡଙ୍ଗା କିମ୍ବା ଲଚଂରେ ୮କିମି ଜଳ ଯାତ୍ରା କରି ଡାଇକ୩ ଘାଟଠାରେ ପହଁଚି ସେଠାରୁ ପୁଣି୧୦ କିମି ଜଙ୍ଗଲ ରାସ୍ତା ପାରହୋଇ ପିଡିଏସର ଟଙ୍କିକିଆ ଚାଉଳ, କିରୋସିନ,ବାର୍ଦ୍ଦକ୍ୟ ଭତା ନେବାକୁ ହେଲେ ୭୦କିମି ଦୂର ନାକାମାମୁଡି ପଚାଂୟତକୁ ଆସିବାକୁ ହୋଇଥାଏ । ବିଛିନ୍ନ ହୋଇ ରହିଥିବା ୨୫ଟି ଗ୍ରାମବାସୀ ନାକାମାମୁଡି ଠାରେ ଥିବା ପଚାଂୟତ ମୁଖ୍ୟକାର‌୍ୟ୍ୟାଳୟ କୁ ଆସି ପିଡିଏସ ସାମଗ୍ରୀ ଓ ଭତା ଟଙ୍କାନେବାକୁ ପଡୁଛି । ଗ୍ରାମବାସୀ ଙ୍କ ଦାବିପୁରଣ ନ ହେଲେ ଆଗାମି ଦିନରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ୨୫ଖଣ୍ଡ ଗ୍ରମର ଶହ ଶହ ମହିଳା ପୁରୁଷ ମାନେ ଆନ୍ଦୋଳନ କରିବାସହିତ ରାରରାସ୍ତାକୁ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.