ad
ଓଡ଼ିଶା

୧୧୦୦୦ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ହରିଚନ୍ଦନପୁର ,ତା ୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଥିବାର ଜଣାପଡିଛି । ଖବର ଅନୁଯାୟୀ ମୃତକ ଯୁବକ ଜଣକ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ହରିଡାଗୋଠ ଗ୍ରାମର ସଦାଇ ମାଝୀଙ୍କ ପୁଅ ରାମ ମାଝୀ(୨୦) ବୋଲି ଜଣାପଡ଼ିଛି । ଯୁବକ ଜଣକ ହରିଚନ୍ଦନପୁର ନିକଟସ୍ଥ ରେଲୱ ବାଇପାସ୍ ଛକରେ ନୂତନ ନିର୍ମାଣ ହେଉଥିବା ଦୋକାନ ଘରରେ ଶ୍ରମିକ ଭାବେ କାମ କରୁଥିଲେ । କାର୍ଯ୍ୟରେ ଭାଡା ବାନ୍ଧିବା ନିମନ୍ତେ ଲୁହା ପାଇପ୍ ଆଣୁଥିବା ବେଳେ ନିକଟରେ ଯାଇଥିବା ୧୧୦୦୦ କେଭି ବିଦ୍ୟୁତ ତାର ସହ ପାଇପ୍ ବାଜି ଯାଇଥିଲା । ଫଳରେ ଯୁବକ ଜଣକ ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ଘୋଷଣା
କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top