Home ଓଡ଼ିଶା ୧୧ଜଣ କରୋନା ଯୋଦ୍ଧାଙ୍କ ସହ ୬୫ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା୫୧୦,ସୁସ୍ଥ ହେଲେ ୩୩୦ଜଣ

୧୧ଜଣ କରୋନା ଯୋଦ୍ଧାଙ୍କ ସହ ୬୫ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା୫୧୦,ସୁସ୍ଥ ହେଲେ ୩୩୦ଜଣ

105

ମାଲକାନଗିରି,୩୦ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେଉଛି । ଆଜି ଜିଲ୍ଲାରେ ସର୍ବାଧିକ ୬୫ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ଜଣ କରୋନା ଯୋଦ୍ଧା ଥିବା ବେଳେ ଅନ୍ୟ ୫୪ଜଣ ସ୍ଥାନୀୟ ଜନସାଧରଣ ଅଛନ୍ତି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ କେବଳ ୩୫ଜଣ ସ୍ଥାନୀୟ ବ୍ୟକ୍ତି,୩୧ଜଣ ପୁବ ର୍ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିଲେ,୨ଜଣ ଲକ୍ଷଣ ଥିବାବେଳେ ଅନ୍ୟ ୨ଜଣ କୋଭିଡ ଯୋଦ୍ଧା ଥିବାର ଜଣାପଡିଛି । ବାଲିମେଳା ଏନଏସି ଅଚଂଳରୁ ୫ଜଣ ଙ୍କ ମଧ୍ୟରୁ ୨ଜଣ ପୁର୍ବ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି,୨ଜଣ ଲକ୍ଷଣ ଥିବା ବ୍ୟକ୍ତି,ଅନ୍ୟଜଣେ କୋରାପୁଟ ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ଯୋଦ୍ଧା,ଖଇରପୁଟ ବ୍ଲକରୁ ୨ଜଣ ହଟସ୍ପଟ ଅଚଂଳ ରୁଆସିଥିବା ପୁବ ର୍ଲକ୍ଷଣ ଥିବା ବ୍ୟକ୍ତି । ମାଥିଲି ବ୍ଲକ ରୁ ୧୪ ଜଣ ଙ୍କ ମଧ୍ୟରୁ ୧୧ଜଣ ପୁବ ର୍ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିଲେ,୩ଜଣ ହଟସ୍ପଟ ଜିଲ୍ଲାରୁ ଆସିଥିବା ବ୍ୟକ୍ତି ଥିବା ବେଳେ ଅନ୍ୟ ଜଣେ କୋଭିଡ ଯୋଦ୍ଧା ରହିଛନ୍ତି ।କାଲିମେଳା ବ୍ଲକର ୩ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି,୨ଜଣ ଲକ୍ଷଣ ଥିବା ବ୍ୟକ୍ତି ଓ ଅନ୍ୟ ଜଣେ ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ।ଚିତ୍ରକୋଣ୍ଡା ବ୍ଲକ ଅଚଂଳରେ ପ୍‌୍ରଥମଥର କରି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଯୋଦ୍ଧା ଚିତ୍ରକୋଣ୍ଡା ଥାନାକର୍ମଚାରୀ ଙ୍କର ପଜିଟିଭ ବାହାରିଛି,ଏହି ୬ଜଣ କରୋନା ଯୋଦ୍ଧାଙ୍କର ପୁବ ର୍ଲକ୍ଷଣ ଥିଲା । ଚିତ୍ରକୋଣ୍ଡା ଥାନାକୁ ସାନିଟାଇଜ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ଅଚଂଳକୁ କଟେଂନମେଟଂ ଜୋନଭାବେ ଘୋଷଣା କରାଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୦ ହୋଇଥିବା ବେଳେ ସଥିମଧ୍ୟରୁ ୩୩୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୭୮ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଲେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୫ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ରାତ୍ର୯ଟା ଠାରୁ ଅଗଷ୍ଟ ୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ସହରର ଚିତ୍ରକୋଣ୍ଡା ଥାନା,କାଲିମେଳା ବ୍ଲକ, ଖଇରପୁଟ ବ୍ଲକର ମାଥିଲି ବ୍ଲକର ମେଡିକାଲ ଲାଇନ ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ,ବାଲିମେଳା ଏନଏସି,ମାଥିଲି ବ୍ଲକ ଅଚଂଳ,କାଲିମେଳା ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ କାର୍ଯ୍ୟଚଳାଇଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୟାର୍ଡି କର୍ମୀ, ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.