ad
ଅପରାଧ

୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପ୍ଲାନିଂ ଅଫିସର ଅମିନ

କେନ୍ଦୁଝର,ତା ୫ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଭିଜିଲାନ୍ସର ବଡ ସଫଳତା, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସରକାରୀ ଅଧିକାରୀ । ଖବର ଅନୁଯାୟୀ ଆଜି କେନ୍ଦୁଝର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା କାରଣରୁ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । କେନ୍ଦୁଝର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରୁ ଘରର ପ୍ଲାନ ଅନୁମୋଦନ କରିବା ପାଇଁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକାସଙ୍ଗେ କାର୍ଯ୍ୟାଳୟ ଓ ବାସ ଭବନରେ ଚଢାଉ କରାଯାଇଥିଲା । ଆଜକୁ ଦୀର୍ଘଦିନ ହେବ ଅନ୍ତର୍ଯ୍ୟାମୀଙ୍କ ନାମରେ ଅନେକଥର ଟଙ୍କା ନେଉଥିବା ଅଭିଯୋଗ ହେଇ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଆଜି ଭିଜିଲାନ୍ସ ବିଭାଗ ଭିନ୍ନ କୌଶଳ କ୍ରମେ ଟଙ୍କା ନେଉଥିବା ଅବସ୍ଥାରେ ଧରିବାକୁ ସଫଳ ହୋଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top