Home ଜିଲ୍ଲା ପରିକ୍ରମା ୟୂପିଏସି ପୁସ୍ତକ ଲେଖକ ନିତିନ୍ ଜିତ୍‌ଙ୍କୁ ସମ୍ବର୍ଦ୍ଧନା

ୟୂପିଏସି ପୁସ୍ତକ ଲେଖକ ନିତିନ୍ ଜିତ୍‌ଙ୍କୁ ସମ୍ବର୍ଦ୍ଧନା

18

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବାଙ୍ଗରପଦି ଗ୍ରାମର ଭାସ୍କର ଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ରଚନା ସାହୁଙ୍କ ପୁତ୍ର ବିସ୍ମୟ ବାଳକ ନିତିନ୍ ଜିତ୍ ସାହୁ ୟୁପିଏସି ବିଦ୍ୟାର୍ଥୀଙ୍କ ପାଇଁ ପୁସ୍ତକ ଲେଖି ସମସ୍ତଙ୍କ ପ୍ରିୟ ପାତ୍ର ହୋଇଛନ୍ତି। ଗତ ତିନି ମାସ ମଧ୍ୟରେ ଦ ଲାଷ୍ଟ ଏକଜାମ ପୁସ୍ତକ ଲେଖି ସେ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଏବେ ସେ ଭଦ୍ରକ ଏସବିଡି ଇଂଟର ନ୍ୟାସନାଲ୍ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ।୧୧ବର୍ଷ ବୟସରେ ସେ ଏହି ପୁସ୍ତକ ଲେଖି ଇଂଟର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ଼ ରେ ସ୍ଥାନ ପାଇବା ପରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଧାନସଭାର ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ ଆଜି ନିତିନଜିତଙ୍କୁ ତାଙ୍କ ବାସ ଭବନରେ ଭେଟି ପୁଷ୍ପଗୁଚ୍ଛ,ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନଓ କରିଛନ୍ତି । ଭବିଷ୍ୟତରେ ନିତିନ୍ ଜିତ୍ ଆଇପିଏସ୍ ହୋଇ ଦେଶ ସେବା କରିବାର ଲକ୍ଷ୍ୟ ରଖିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପରିବାର ଲୋକେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.