Home ଜିଲ୍ଲା ପରିକ୍ରମା ୟୁପିଏସି ଛାତ୍ରଙ୍କ ପାଇଁ ପୁସ୍ତକ ଲେଖି ଚର୍ଚ୍ଚାରେ ନିତିନ୍‌ଜିତ୍‌, ସମ୍ବର୍ଦ୍ଧିତ କଲେ ଆଦର୍ଶ ଶିକ୍ଷକ

ୟୁପିଏସି ଛାତ୍ରଙ୍କ ପାଇଁ ପୁସ୍ତକ ଲେଖି ଚର୍ଚ୍ଚାରେ ନିତିନ୍‌ଜିତ୍‌, ସମ୍ବର୍ଦ୍ଧିତ କଲେ ଆଦର୍ଶ ଶିକ୍ଷକ

12

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାଙ୍ଗରପଦୀ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ରଚିତା ସାହୁଙ୍କ ପୁତ୍ର ୧୧ ବର୍ଷୀୟ ବିସ୍ମୟ ବାଳକ ନିତିନ୍‌ଜିତ୍ ସାହୁ ୟୁପିଏସି ବିଦ୍ୟାର୍ଥୀଙ୍କ ପାଇଁ ପୁସ୍ତକ ଲେଖି ଚର୍ଚ୍ଚାରେ ଅଛନ୍ତି । ଗତ ତିନିମାସ ମଧ୍ୟରେ ‘ଦ ଲାଷ୍ଟ ଏକ୍‌ଜାମ’ ପୁସ୍ତକ ଲେଖି ସେ ପ୍ରଶଂସା ସାଉଟିଂଛନ୍ତି । ଏବେ ସେ ଭଦ୍ରକ ଏସ୍‌ବିଡି ଇଟଂର ନ୍ୟାସନାଲ୍ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ । କମ୍ ବୟସରେ ସେ ଏହି ପୁସ୍ତକ ଲେଖି ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି ଆଜି ନିତିନ୍‌ଜିତଙ୍କୁ ତାଙ୍କ ବାସ ଭବନରେ ଭେଟି ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଭବିଷ୍ୟତରେ ସେ ଆଇପିଏସ୍ ହୋଇ ଦେଶ ମାତୃକାର ସେବା କରିବାର ଲକ୍ଷ୍ୟ ରଖିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷକଙ୍କ ପରିବାରର ଅଚ୍ୟୁତ ପୃଷ୍ଟି, କମଳିକା ପୃଷ୍ଟି, ସୌଦାମିନୀ ପୃଷ୍ଟି, କାଦମ୍ବୀନି ପୃଷ୍ଟି, ଶାନ୍ତିଲତା ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ସନ୍ତୋଷ ପୃଷ୍ଟି, ବିଦ୍ୟୁତ୍ ଲତା ପୃଷ୍ଟି, ହରପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.