Home ଜିଲ୍ଲା ପରିକ୍ରମା ୟାଶ କ୍ଷୟକ୍ଷତିର ପୁନଃ ଆକଳନ କରିବା ନେଇ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଆଗରେ କଂଗ୍ରେସର...

ୟାଶ କ୍ଷୟକ୍ଷତିର ପୁନଃ ଆକଳନ କରିବା ନେଇ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଆଗରେ କଂଗ୍ରେସର ଗଣଧାରଣା, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ

60

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟାଶ ସମୟରେ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ଶାସକ ଦଳର ହାତବାରିସୀ ହୋଇ ତଦନ୍ତରେ ପ୍ରିୟାପ୍ରିତୀ କରିବାକୁ ନେଇ ଆଜି ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଆଗରେ କଂଗ୍ରେସ ଦଳ ତରଫରୁ ଏକ ଗଣଧାରଣା ଦିଆଯାଇଥିଲା । ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାନେ ଆସି ଏହି ଗଣଧାରଣାରେ ସକାଳ ୯ଟା ଠାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଯୋଗ ଦେଇଥିଲେ । ଧାମରା,ବାଂଶଡା,ଜାଗୁଳା,ଦୋସିଙ୍ଗା,କଇଥଖୋଲା,କରଞ୍ଜମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତରେ ବାତ୍ୟା ୟାଶ ସମୟରେ ବ୍ୟାପକ କ୍ଷୟକ୍ଷତି ହୋଇ ଯାଇଛି । ଏହି ବାତ୍ୟା ସମୟରେ ସାଧାରଣ ଜନତାଙ୍କ ବାସସ୍ଥାନ,ଗୁହାଳ ବହୁଳ ଭାବରେ ନଷ୍ଟ ହୋଇଥିବା ବେଳେ ଏହି ପଂଚାୟତରେ ଥିବା ସମସ୍ତ ଚାଷ ଜମିରେ ଲୁଣାପାଣି ୪ଫୁଟରୁ ୫ଫୁଟ ପର୍ଯ୍ୟନ୍ତ ମାଡି ଯାଇଅଛି । ଦୀର୍ଘ ୧ମାସ ବିତିଯାଇଥିଲେ ମଧ୍ୟ ଏହି ସମସ୍ତ ଚାଷ ଜମିରୁ ଅଦ୍ୟାବଧି ଏହି ଲୁଣାପାଣି ନିଷ୍କାସନ ହୋଇ ପାରୁ ନାହିଁ । ଏହା ଫଳରେ ବର୍ଷା ଦିନରେ ଧାମରା ପଂଚାୟତର ଧାମରା,ନରସିଂହପୁର,ଝାଡକଟା, ଗୋବିନ୍ଦପୁର, ଶଙ୍ଖଯୋଡି, ଖମାରସାହି, ଗୁଆଁଳ, ବାଣୁଆସାହି, ଜାଗୁଳା ଗ୍ରାମପଂଚାୟତର ଜାଗୁଳା, ପାଇକସାହି, ଡିଆଁନରସିଂହପୁର, ଜୟଦୁର୍ଗାପାଟଣା ସେହିପରି ଦୋସିଙ୍ଗା ଗ୍ରାମପଂଚାୟତର ଅମର ନଗର, ରବିନ୍ଦ୍ର ନଗର, ସାବିତ୍ରୀ ସରାଇ, ଜ୍ୟୋତ୍ସାମୟୀ, ବିଦ୍ୟୁତ ପ୍ରଭା, ପ୍ରଦ୍ୟୁତ ନଗର, ବାଂଶଡା ଗ୍ରାମପଂଚାୟତର ବାଂଶଡା, ଛେଡାକ, ତେନ୍ତୁଳିଆଡିଆ,ଝାଡପଡା, ଗଙ୍ଗାଧରପୁର, ବିଜିପୁର, ନୂଆଗାଁ, ମହୁଲିଆ, ଓ ନିଶ୍ଚିନ୍ତପୁର ସେହିପରି ପଂଚୁଟିକ୍ରୀ ଗ୍ରାମପଂଚାୟତର ପଂଚୁଟିକ୍ରୀ ଓ ନଛିପୁର ଗ୍ରାମ ମାନଙ୍କରେ ହଜାର ହଜାର ହେକ୍ଟର ଜମି ଲୁଣା ପାଣିରେ ଉବୁଡୁବୁ ।୭୫ଭାଗ ଚାଷ ଜମିରେ ଧାନ ଚାଷ ସମ୍ଭବ ହୋଇପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହ ଏହି ୮ପଂଚାୟତରେ ୭୫ଭାଗ ଲୋକ ଆଜି ପର୍ଯ୍ୟନ୍ତ ପୋଲିଥିନ ଖଣ୍ଡିଏ ମଧ୍ୟ ପାଇବାକୁ ହକଦାର ହେଲେ ନାହିଁ ଏହାର କାରଣ ସାଜିଛି ପ୍ରଶାସନର ପ୍ରିୟାପ୍ରୀତି ।

ଏହି ପଂଚାୟତ ଗୁଡିକରେ ପୁନଃବାର ନିରପେକ୍ଷ ତଦନ୍ତ କରାଯାଇ କ୍ଷୟକ୍ଷତି ହୋଇଥିବା ସାଧାରଣ ଜନତାଙ୍କୁ ଘରଭଙ୍ଗା କ୍ଷତିପୂରଣ ୍‌ଦିଆଯିବା ସହ ପୋଲିଥିନ ଦେବାକୁ କଂଗ୍ରେସ ଦଳ ଦାବୀ ଜଣାଇଛି । ନଚେତ ଆଗାମୀ ଦିନରେ କଂଗ୍ରେସ ଦଳ ତରଫରୁ ଧାମରା ଅତିରିକ୍ତ ତହସିଲଦାରଙ୍କ ଅଫିସ ଆଗରେ ଆମରଣ ଅନଶନ କରିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏହି ସମସ୍ତ ଅସୁବିଧାକୁ ଦୂର କରିବାକୁ ନେଇ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଆଜି ଏହି ଗଣଧାରଣା ଦିଆଯିବା ପରେ ଧାମରାରେ ଅବସ୍ଥାପିତ ଅତିରିକ୍ତ ତହସିଲଦାର ଦିପ୍ତୀରଞନ ଜେନା,ଧାମରା ସୁପରଭାଇଜର ଦାଶରଥି ଦାସଏବଂ ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞନା ଦାସ ମହାପାତ୍ର, ଆସି ସେଠାରେ ପହଂଚିବା ପରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଦାବୀପତ୍ରକୁ ଗ୍ରହଣ କରିବା ସହ ଆଗାମୀ ଦିନରେ ସେ ଜିଲ୍ଲାପ୍ରଶାସନକୁ ଏ ବିଷୟରେ ଅବଗତ କରାଇବ ବୋଲି କହିଥିଲେ ଏବଂ ଧାରଣାରୁ ଉଠିଯିବା ପାଇଁ ମଧ୍ୟ କହିଥିଲେ । ଅତିରିକ୍ତ ତହସିଲଦାରଙ୍କ ପ୍ରତିଶ୍ରୁତିପରେ କଂଗ୍ରେସ ଦଳ ତରଫରୁ ଦିଆଯାଇଥିବା ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଜିର ଏହି ଗଣଧାରଣାରେ ଦିଗମ୍ବର ଦାସ, ସୁରେଶ ମାହୁନ୍ତ,ଉମେଶ ମହାକୁଡ,କଳ୍ପତରୁ ବେହେରା, ନରେନ୍ଦ୍ର ମାଇତି, ତାରାକାନ୍ତ ସେଠୀ, ସୁରେଶ ସେଠୀ,ପ୍ରଭୁରାମ ଦାସ, ବିମାନ ଗିରି ସଞ୍ଜୟ ଜେନା, ଗୌରହରି ଦାସ, ସୁଧାଂଶୁ ଦାସ,ଲକ୍ଷ୍ମୀଧର ବେହେରା, ମନୋଜ କୁମାର ମାଝୀ, ଗଣେଶ ମାନ୍ନା, ଝାଡେଶ୍ୱର ଦଳେଇ,ଶଶି ବାରିକ,ଗଦାଧର ସେଠୀ,ଗଦାଧର ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ଧାରଣାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.