Home Top News ହେବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ହେବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

36

ପୁରୀ, ୯ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଚଳିତବର୍ଷ ନାଗାର୍ଜୁନ ବେଶ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁଥିବା ବିଭିନ୍ନ ପର୍ବପର୍ବାଣୀର ଅନୁମୋଦନ ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ପ୍ରଶାସକଙ୍କ ଅଧ୍ୟତାରେଏକ ବୈଠକ ହୋଇଥିଲା। ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତସଭାର ସଦସ୍ୟ ଓ ପଞ୍ଜିକାରମାନେ ଯୋଗଦେଇଥିଲେ। ବୈଠକରେ ଶ୍ରୀମନ୍ଦିର ପଞ୍ଜିକା ଭାବେ କୋହିନୁର ଓ ରାଧାରମଣ ପଞ୍ଜିକାକୁ ଅନୁମୋଦନ ମିଳିଛି। ଏହି ପଞ୍ଜିକାରେ ପ୍ରକାଶିତ ବିଭିନ୍ନ ପର୍ବ ପର୍ବାଣୀ ଶ୍ରୀମନ୍ଦିରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। କେତେକ କ୍ୟାଲେଣ୍ଡର ଓ ପଞ୍ଜିକାରେ ନାଗାର୍ଜୁନ ବେଶ ସମ୍ପର୍କରେ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ମୁକ୍ତିମଣ୍ଡପ ପଣ୍ଡିତସଭାର ସଦସ୍ୟ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.