Home ଓଡ଼ିଶା ହିମାଚଳ ପ୍ରଦେଶ ପୋଲିସର ଚଢ଼ାଉ : ଅନଲାଇନ ଠକ ଯୁବତୀ ଗିରଫ ଓ କୋର୍ଟ ଚାଲାଣ

ହିମାଚଳ ପ୍ରଦେଶ ପୋଲିସର ଚଢ଼ାଉ : ଅନଲାଇନ ଠକ ଯୁବତୀ ଗିରଫ ଓ କୋର୍ଟ ଚାଲାଣ

52

କଟକ : ୨୩/୧୧ (ଓଡ଼ିଆ ପୁଅ/ଅଭୟ ଜେନା) ଅନଲାଇନ ଠକେଇ ଅଭିଯୋଗରେ କଟକ ଜିଲ୍ଲା ସାଲେପୁରଥାନାର କେନ୍ଦୁପାଟଣା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ହିମାଚଳପ୍ରଦେଶ ପୋଲିସ ସୋମବାର ଉଠାଇ ଆଣିବା ପରେ ସାଲେପୁର ଥାନାରେ ହଜାର କରାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକ କେଭିସି ନାମକ ସଂସ୍ଥାରୁ ଅନଲାଇନ ମାଧ୍ୟମରେ ୫ ଲକ୍ଷ ଟଙ୍କା ଲାଟେରୀ ଜିତିଥିବାର ଏକ ମେସେଜ ଆସିଥିଲା ଏବଂ ସେଥିପାଇଁ ସଂସ୍ଥାର ଏକାଉଣ୍ଟରେ ୧୯ ହଜାର ୫୦୦ ଡିପୋଜିଟ କରିଥିଲେ। ତେବେ ଠକେଇ ବାବଦରେ ସେ କିଛି ଜାଣିନାହାନ୍ତି ବୋଲି ପୋଲିସକୁ କହିଥିଲେ। ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କୁ ବ୍ୟବହାର କରି ହିମାଚଳପ୍ରଦେଶର ଜଣେ ସାଇବର ଠକ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡିଛି। ତେବେ, ହିମାଚଳପ୍ରଦେଶର ଜଣେ ସେନା କର୍ମଚାରୀ ଏଭଳି ଠକାମୀର ଶିକାର ହେବା ପରେ ତାଙ୍କ ଏତେଲା ଆଧାରରେ ସୋମବାର ହିମାଚଳ ପ୍ରଦେଶର ୫ ଜଣିଆ ପୋଲିସ ଟିମଏଠାରେ ପହଂଚି ଯୁବତୀଙ୍କୁ ସାଲେପୁର ଥାନା ରେ ଘଟଣା ନେଇ ପଚରାଉଚୁରା ଚଳାଇ ଥିଲେ। ତେବେ ଏନେଇ ହିମାଚଳ ପୋଲିସ କିନ୍ତୁ କିଛି କହିବା ପାଇଁ ମନା କରିଥିଲେ। ମଙ୍ଗଳ ବାର ସମ୍ପୃକ୍ତ ଯୁବତୀକୁ କୋର୍ଟ ଚାଲାଣ କରାଯାଇଥିବା ସାଲେପୁର ପୋଲିସ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.