Home ଓଡ଼ିଶା ହାସ୍ୟାଭିନେତା ୰ ସଲିଲ ମିତ୍ରଙ୍କ ଶୋକସଭା ପାଳନ

ହାସ୍ୟାଭିନେତା ୰ ସଲିଲ ମିତ୍ରଙ୍କ ଶୋକସଭା ପାଳନ

683

ଭୁବନେଶ୍ୱର, ୦୯.୦୬ (ଓଡ଼ିଆ ପୁଅ) : ସୁନାମଧନ୍ୟ ଚଳଚ୍ଚିତ୍ର ହାସ୍ୟାଭିନେତା ତଥା କୋଟି କୋଟି ଓଡ଼ିଆଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ୰ ସଲିଲ ମିତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ସ୍ଥାନୀୟ ନେହେରୁ ଯୁବକେନ୍ଦ୍ର, ଭୁବନେଶ୍ୱରରେ ତାଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ହାସ୍ୟାଭିନେତା ଜ୍ଞାନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଭିନେତା, ସମାଜସେବୀ, ସାମ୍ବାଦିକ ତଥା ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରି ୰ ମିତ୍ରଙ୍କ ଆତ୍ମାର ସଦ୍ ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ହାସ୍ୟାଭିନେତା ଦେବୁ ବ୍ରହ୍ମା ଓ ଅମର ମହାପାତ୍ର ୰ ମିତ୍ରଙ୍କ ସହ ବିତାଇଥିବା ସମୟ ଗୁଡ଼ିକ ବିଷୟରେ କହିଥିଲେ। ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ୟୁଥ୍ ଫର୍ ଭଲୁ୍ୟଣ୍ଟାରି ୱାର୍କ ର ସଂଯୋଜକ ମିର୍ ଅହମ୍ମଦ ଅଲ୍ଲୀ ୰ ମିତ୍ରଙ୍କ ସମାଜସେବା ପ୍ରତି ଅନୁରାଗ ବିଷୟରେ ବ୍ୟାଖ୍ୟା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ କୁମାର ସାହୁ, ନିଲ କୁମାର, ସାଇଦୀପ୍ ସାହୁ, ନରେନ୍ଦ୍ର ସେନାପତି ପ୍ରମୁଖ ଯୁବ ଅଭିନେତାଙ୍କ ସହ ଯୁବ ନିର୍ଦ୍ଦେଶକ ସିନୁ, ପ୍ରଯୋଜକ ମିଲନ କୁମାର ସ୍ୱାଇଁ, ମଲ୍ଲିକ ଆୱେସ୍, ସତ୍ୟବ୍ରତ ଜେନା, ସମ୍ବିତ୍, ଜିତୁ, ରାଜ୍ୟପ୍ରିୟ, ସଲିମ୍, ସୁଦର୍ଶନ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ସଲିଲ ମିତ୍ର ସ୍ମୃତି କମିଟି ନାମରେ ଏକ ଅନୁଷ୍ଠାନ ଗଠନ କରି ନୂତନ ପିଢ଼ିକୁ ଆଗକୁ ଆଣିବା ପାଇଁ ଏକ ଭିନ୍ନ ପ୍ରୟାସ ଜାରି ରଖିବା ପାଇଁ ସଭାପତିତ୍ୱ କରୁଥିବା ଶ୍ରୀଯୁକ୍ତ ଜ୍ଞାନ ବାରିକ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.