Home କେନ୍ଦୁଝର ହାବଳେଶ୍ୱର-ସମଣା ନଦୀବନ୍ଧ ରାସ୍ତା ଶୋଚନୀୟ

ହାବଳେଶ୍ୱର-ସମଣା ନଦୀବନ୍ଧ ରାସ୍ତା ଶୋଚନୀୟ

48

ହାଟଡିହି, ୧୦ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ହାବଳେଶ୍ୱର ଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ଅଞ୍ଚଳଟି ବନ୍ୟା ପ୍ରବଣ ଅଞ୍ଚଳ ହେତୁ ନଦୀବନ୍ଧ ନିର୍ମାଣ ହେବା ଯୋଗୁଁ ହାବଳେଶ୍ୱର ପଞ୍ଚାୟତ ସମେତ ଗେଡମା, ସମଣା, ଷଡଙ୍ଗ ଆଦି ପଞ୍ଚାୟତର ୪୦ରୁ ଉର୍ଦ୍ଧ ଗ୍ରାମ ବନ୍ୟା ଦାଉରୁ କିଛିକାଶଂରେ ମୁକ୍ତି ପାଇପାରିଛନ୍ତି । ଏହି ନଦୀବନ୍ଧ ରାସ୍ତାଟି ଉପରେ ସମଣା, ବାହାରିପୁର, ଗିରିଗାଁ, ଆଗିରିଆ, ହାବଳେଶ୍ୱର, ମଝିଗାଁ, ଜମ୍ଭରା, ଶାଳବଣୀ ଆଦି ୨୦ରୁ ଉର୍ଦ୍ଧ ଗ୍ରାମର ହଜାର ହଜାର ଲୋକ ଯାତାୟତ ଉପରେ ନିର୍ଭର କରିଥାନ୍ତି । ଯାଜପୁର ଜିଲ୍ଲାକୁ ଯିବାପାଇଁ ବନ୍ଧ ରାସ୍ତାଟି ବହୁ ନିକଟ ହୋଇଥିବାରୁ ସମସ୍ତେ ଏହି ରାସ୍ତାଟି ଉପରେ ଗୁରୁତ୍ୱ ଦେଇଥାନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ୩/୪ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହି ନଦୀବନ୍ଧ ରାସ୍ତାଟିକୁ ନିର୍ମାଣ କରାଯାଇଥିବାବେଳେ ଅତି ନିମ୍ନମାନର କାମ ଯୋଗୁଁ ତାହା ଦିନ କେଇଟା ଭିତରେ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏବେ ଚଳିତ ଲଘୁଚାପ ବର୍ଷା ଯୋଗୁଁ ନଦୀବନ୍ଧ ରାସ୍ତାଟିରେ ଖାଲଖମାରେ ପରିପୁର୍ଣ୍ଣ ହୋଇଯିବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତାଦେଇ ସାଇକେଲଟିଏ ନେଇକରି ଯିବା ସମ୍ଭବପର ହେଉନାହିଁ । ଏପରିକି ରୋଗୀମାନଙ୍କୁ ନେବା ଆଣିବା କରିବାପାଇଁ ଆମ୍ବୁଲାନସ ଟିଏ ମଧ୍ୟ ରାସ୍ତାରେ ଯାଇପାରୁ ନାହିଁ । ଯାହାଦ୍ୱାରାକି ଅଞ୍ଚଳବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ରାସ୍ତାଟିକୁ ନିର୍ମାଣ ଦିଗରେ ଜଳସମ୍ପଦ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.