ad
ଓଡ଼ିଶା

ହାତୀ କବଳରୁ ଜନଜୀବନ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ତାଲିମ ଶିବିର

ହରିଚନ୍ଦନପୁର, ତା ୨୦ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଆନନ୍ଦପୁର ଡିଏଫଓ ଅଜିତ ସତପଥିଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ପକ୍ଷରୁ ହାତୀ କବଳରୁ ଜନଜୀବନକୁ ରକ୍ଷା କରିବା ପାଇଁ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ମୁତାବକ ହାତୀମାନେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକମାନଙ୍କ ବାସଗୃହ ମଧ୍ୟରେ ରହିଥିବା ଗଛିତ ଖାଦ୍ୟକୁ ଖାଇବା ପାଇଁ ଅନେକ ବାସଗୃହ ଭାଙ୍ଗୁଥିବାର ନଜିରି ରହିଛି। ଏଥିସହ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଚାଷୀମାନଙ୍କ କ୍ଷେତରେ ହୋଇଥିବା ଫସଲକୁ ହାତୀପଲ ବାରମ୍ବାର ନଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ। ସେସବୁ ନଷ୍ଟରୁ ଲୋକମାନେ ରକ୍ଷାପାଇବା ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଘରଇ ଉପଚାର ନିମନ୍ତେ ତାଲିମ ଶିବିର ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ ଦେଓଗାଁ ରେଞ୍ଜ ହରିଚନ୍ଦନପୁର ବନପାଳଙ୍କ ଅଧିନସ୍ଥ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଜଙ୍ଗଲ ନିକଟବର୍ତ୍ତୀ ରାଣୀପଦା ଓ ଭୋକ ଗ୍ରାମରେ ବନବିଭାଗ ପକ୍ଷରୁ ତାଲିମ ଶିବିର ଆୟୋଜିତ କରାଯାଇଛି। ଏହି ଶିବିରରେ ଲୋକମାନଙ୍କୁ ନିଜ ନିଜର ବାସଗୃହ ଓ ଫସଲକୁ ହାତୀପଲଙ୍କ କବଳରୁ ରକ୍ଷା କରିବା ନିମନ୍ତେ ଦିଆଯାଇଥିଲେ। ଉକ୍ତ ଗ୍ରାମର ଲୋକମାନଙ୍କୁ ବନବିଭାଗ ପକ୍ଷରୁ ଖୋର୍ଦ୍ଧା ଆସିଥିବା ବିପିନ ପ୍ରଧାନ ତାଲିମ୍ ପ୍ରଦାନ କରିଥିଲେ। ଏହି ତାଲିମରେ ଲୋକମାନଙ୍କ ଘରେ ଘରେ ମିଳୁଥିବା ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, କଞ୍ଚା ଗୋବର, ଫିନାଇଲ ଭଳି ଘରଇ ସାମଗ୍ରୀ ଦ୍ବାର ହାତୀପଲଙ୍କୁ ଜଙ୍ଗଲ ମଧ୍ୟଙ୍କୁ ଘଉଡାଇବା ପାଇ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଦେଓଗାଁ ରେଞ୍ଜର ଭୁବନାନନ୍ଦ ମହାନ୍ତି, ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ପ୍ରିୟଦର୍ଶିନୀ ଜେନା, ରଶ୍ମିରଞ୍ଜନ ରାଉତ, ଟିମ୍ ଲିଡର ଗୌରାଙ୍ଗ ମହାନ୍ତଙ୍କ ସହଯୋଗରେ ହୋଇଥିବା ସହ ଲୋକମାନଙ୍କୁ ଏକତ୍ରିତ କରି ସଚେତନତା କରାଇଥିଲେ।


Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top