Home ଓଡ଼ିଶା ହାତୀ ଆକ୍ରମଣରେ ଚିକିତ୍ସିତ ଥିବା ଗାଈ ଚରାଳିଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ଚିକିତ୍ସିତ ଥିବା ଗାଈ ଚରାଳିଙ୍କ ମୃତ୍ୟୁ

77

ହରିଚନ୍ଦନପୁର, ତା ୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ଫରେଷ୍ଟ ଅନ୍ତର୍ଗତ ଶଗଡପଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ ୨୮ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଗାଈ ଚରାଉଥିବା ଜଗନ୍ନାଥ ମହାପାତ୍ର(ବୁଟୁ) ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ପ୍ରଥମେ ହରିଚନ୍ଦନପୁର ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ହେଲେ ଚିକିତ୍ସାରେ ସୁଧାର ନଆସିବା କାରଣରୁ ପରିବାର ଲୋକ ଗତକାଲି ଜଗନ୍ନାଥଙ୍କୁ ଘରକୁ ଫେରାଇ ଆଣିଥିଲେ । ଘରେ ଥିବା ବେଳେ ରାତ୍ରି ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଜଗନ୍ନାଥଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.