Home କେନ୍ଦୁଝର ହାଟଡିହି ବ୍ଲକରେ ମାତ୍ର ୧୮ଟି ନାମାଙ୍କନ ପତ୍ର ନାକଚ, କାଏମ ରହିଲା ୧୧୦୮

ହାଟଡିହି ବ୍ଲକରେ ମାତ୍ର ୧୮ଟି ନାମାଙ୍କନ ପତ୍ର ନାକଚ, କାଏମ ରହିଲା ୧୧୦୮

63

ହାଟଡ଼ିହି, ୨୩ /୧ : (ଓଡିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକଟି ସବୁଠାରୁ ବଡ ବ୍ଲକ ଭାବେ ପରିଗଣିତ ହେଉଥିବାବେଳେ ଏଠାରେ ୩୧ଟି ପଞ୍ଚାୟତରେ ହେବାକୁ ଯାଉଛି ନିର୍ବାଚନ। ଏହି ବ୍ଲକରେ ୪୧୯ଟି ୱାର୍ଡସଭ୍ୟ ୩୧ଟି ସରପଞ୍ଚ ଓ ୩୧ଟି ସମିତିସଭ୍ୟ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ୧୧୨୬ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ୧୮ଟି ନାମାଙ୍କନପତ୍ର ନାକଚ ହୋଇଥିବାବେଳେ ୧୧୦୮ଟି ପାର୍ଥୀପତ୍ର କାଏମ ରହିଥିବା ଜଣାଯାଇଛି। ବ୍ଲକରେ ୪୧୯ଟି ୱାର୍ଡସଭ୍ୟ ପାଇଁ ୮୩୮ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୪ଟି ପ୍ରାର୍ଥୀପତ୍ର ନାକଚ ହୋଇ ୮୨୪ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୧୪୭ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ତନ୍ମଧ୍ୟରୁ ୨ଟି ନାକଚ ହୋଇ ୧୪୫ଜଣଙ୍କ ନାମାଙ୍କନ ପତ୍‌୍ର କାଏମ ରହିଛି। ସେହିପରି ୩୧ଟି ସମିତିସଭ୍ୟ ପଦପାଇଁ ୧୪୧ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ତନ୍ମଧ୍ୟରୁ ୨ଟି ନାକଚ ହୋଇ ୧୩୯ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଏଥିମଧ୍ୟରେ ବଞ୍ଚୋ ପଞ୍ଚାତର ସମିତିସଭ୍ୟ ପଦପାଇଁ ସର୍ବାଧିକ ୯ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି ସମିତିସଭ୍ୟ ପାଇଁ ପନ୍ଦାଡୋରେ ୮ଜଣ, ବଡରମ୍ପାସରେ ୭ଜଣ, ଆମ୍ବୋରେ ୭ଜଣ, ହାଟଡିହି ପଞ୍ଚାୟତରେ ୭ଜଣ, ଶାସଙ୍ଗରେ ୭ଜଣ ଷଡଙ୍ଗରେ ୬ଜଣ, ଜମ୍ଭୀରାରେ ୬ଜଣ, ଓରାଳି, ଷଡଙ୍ଗ, ଆଇତିପୁର, ହାବଳେଶ୍ୱର, ଶାଳଣିଆଁ ଆଦି ପଞ୍ଚାୟତରେ ୫ଜଣ ଲଢ଼ୁଥିବାବେଳେ ପଞ୍ଚୁଗୋଛିଆରେ ୨ଜଣ, ଇଞ୍ଚୋଳରେ ୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି କଅଁଳେଇବାଲିପାଳ ପଞ୍ଚାୟତରେ କେବଳ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବଡରମ୍ପାସ, ଗେଡମା, ପଞ୍ଚୁଗୋଛିଆରେ ସର୍ବାଧିକ ୮ଜଣ ଲେଖାଏଁ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କଅଁଳେଇ ବାଲିପାଳ, ବଞ୍ଚୋ, ପଞ୍ଚୁଗୋଛିଆରେ ୭ଜଣ ଲେଖାଏଁ ସରପଞ୍ଚ ପାଇଁ ନାମାଙ୍କନପତ୍ର କାଏମ ରହିଥିବାବେଳେ ହାଟଡିହିରେ ୬, ଜମ୍ଭୀରାରେ ୬ଜଣ ଓ ଆଇତିପୁର, ଅଁରା, ଅକରୁଆ, ହାବଳେଶ୍ୱର, ଓରାଳି, ଷଡଙ୍ଗ, ଶାସଙ୍ଗ, ସୁଲଣରେ ୫ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.