Home ଜିଲ୍ଲା ପରିକ୍ରମା ହାଟଡିହି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଯୋଗଦେଲେ ବିନିତା ବିଜୟନୀ

ହାଟଡିହି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଯୋଗଦେଲେ ବିନିତା ବିଜୟନୀ

124

ହାଟଡ଼ିହି, ୧୨ ।୫: ହାଟଡିହି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବିନିତା ବିଜୟିନୀ । ସେ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟରେ ଟି.ଆର.ଓ ଭାବେ କାର୍ଯ୍ୟ କରୁଥିଲେ । ବ୍ଲକ ଗଠନ ହେବାଦିନ ଠାରୁ କୌଣସି ମହିଳା ବିଡିଓ ଏଠାରେ ନିଯୁକ୍ତି ପାଇନଥିବାବେଳେ ପ୍ରଥମଥର ପାଇଁ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ଚିଠିନଂ ୮୦୦୭ ତା୭/୦୫/୨୦୨୧ ବଳରେ ବିନିତା ବିଜୟିନୀ ଏଠାରେ ନିଯୁକ୍ତି ପାଇବାପରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ଆଜି ଦିନ ୨ଟାବେଳେ କାର୍ଯ୍ୟରେ ଯୋଗ ଦେବାପରେ ପୁର୍ବତନ ବିଡିଓ ଜୟଦେବ ଦାସଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେ କୋଭିଡ ପରିଚାଳନା ସହିତ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଲିଥିବା ବ୍ଲକର ଉନ୍ନୟନ କାର୍ଯ୍ୟ ଗୁଡିକର ସଫଳ ରୁପାୟନ କରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.