Home କେନ୍ଦୁଝର ହାଟଡିହି ବ୍ଲକରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ହାଟଡିହି ବ୍ଲକରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

362

ହାଟଡିହି . ୧୦/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକରେ ଆଜି ପୁଣି ଦୁଇ କରୋନା ପଜେଟିଭ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୨୩ରେ ପହଞ୍ଚିଛି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ କୁଣ୍ଡିସାହି ଗ୍ରାମର ହୋଇଥିବାବେଳେ ଅନ୍ୟଟି ସଢ଼ା ପଞ୍ଚାୟତର । ଉଭୟ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । କୁଣ୍ଡିସାହି ଗ୍ରାମର ବ୍ୟକ୍ତି ଜଣକ କିଛିଦିନ ହେଲା ଜ୍ୱରରେ ଆକ୍ରାନ୍ତ ହେବାପରେ ଗତ ୪ଦିନ ତଳେ ସମ ହସପିଟାଲକୁ ଯାଇ ସ୍ୱାବ ନମୁନା ପରୀକ୍ଷା କରିବାପରେ ସେ ପଜେଟିଭ ଥିବା ଜଣାପଡିଥିଲା । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପରିବାରର ୭ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ସଢ଼ାର ବ୍ୟକ୍ତି ଜଣକ ବାହାରେ ଏକ କମ୍ପାନୀରେ କାମ କରୁଥିବାବେଳେ ସେଠାରେ ଅସୁସ୍ଥ ହେବାରୁ ତାଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଥିଲା । ସେ ପଜେଟିଭ ଚିହ୍ନଟ ହେବାପରେ ତାଙ୍କୁ ରାଙ୍କିସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.