Home କେନ୍ଦୁଝର ହାଟଡିହି ବ୍ଲକରେ ଦୁଇ ଦିନରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୯୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ...

ହାଟଡିହି ବ୍ଲକରେ ଦୁଇ ଦିନରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୯୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା,

350

ହାଟଡିହି-୨୩/୯ (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁଣି ତାହା ସବୁ ସ୍ଥାନୀୟ ସଂକ୍ରମଣ । ଏବେ ପ୍ରତିଗାଁରେ ଘରେଘରେ ଥଣ୍ଡା, ଜ୍ୱର ଲାଗି ରହୁଥିବାରୁ ଯଦି ରୋଗୀ ମାନଙ୍କ ସ୍ୱାବଟେଷ୍ଟ କରାଯାଏ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର  ଆଶଙ୍କା କରାଯାଉଛି । ଗତକାଲି ଓ ଆଜି ପରୀକ୍ଷା ଦୁଇଦିନରେ ବ୍ଲକରେ ମୋଟ ୧୨ଜଣ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୮ଜଣ ଆକ୍ରାନ୍ତ ହୋଇଥିବା  ବେଳେ ଆଜି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଅକରୁଆରୁ ଜଣେ, ବାଲିବରେଇରୁ ୪ଜଣ, ଜମ୍ଭୀରାରୁ ୨ଜଣ, ମରୈଗାଁରୁ ଜଣେ, ଚିହ୍ନଟ ହୋଇଥିବାବେଳେ ଆଜି ବାଲିବରେଇ ପଞ୍ଚାୟତର ବାଲିବରେଇ ଓ ବିଦ୍ୟାଧରପୁରରୁ ୪ଜଣ ପୁନର୍ବାର ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୨ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.