Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୫ ପଜେଟିଭ ଚିହ୍ନଟ, ୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରୁ ପୁଣି ୫ ପଜେଟିଭ ଚିହ୍ନଟ, ୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

365

ହାଟଡିହି ୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରୁ ଗତକାଲି ରାତିରେ ୩ଜଣ ପଜେଟିଭ ଚିହ୍ନଟ ହେବାପରେ ଆଜି ପୁଣି ୫ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି । ଗତକାଲି ରାତିରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଷଡଙ୍ଗର ହୋଇଥିବାବେଳେ ଜଣେ ଓରାଳି ଟିଏମସିର ବୋଲି ଜଣାଯାଇଛି । ସେହିପରି ଆଜି ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୪ଜଣ ଢ଼ାଇପୋଖରୀ ଗ୍ରାମର ହୋଇଥିବାବେଳେ ଆଉ ଜଣେ ଷଡଙ୍ଗ ପଞ୍ଚାୟତ ମତାବାଜ ଗ୍ରାମର ବୋଲି ଜଣାଯାଇଛି । ଗତକାଲି ଷଡଙ୍ଗରେ ଆକ୍ରାନ୍ତ ଦୁଇଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ସେମାନେ ପୁର୍ବର ଆକ୍ରାନ୍ତ ଔଷଧ ବ୍ୟବସାୟୀଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଓରାଳି ଟିଏମସିରୁ ଚିହ୍ନଟ ଆକ୍ରାନ୍ତ ଜଣକ ବାଙ୍ଗାଲୋର ଫେରନ୍ତା ବୋଲି ଜଣାଯାଇଛି । ରିପୋର୍ଟ ମିଳିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଆଜି ରାତିରେ ଚିହ୍ନଟ ହୋଇଥିବା ଢ଼ାଇପୋଖରୀ ଗ୍ରାମର ୪ଜଣ ଯାକ ଗୋଟିଏ ପରିବାରର । ସେମାନେ ପୁର୍ବର ସଂକ୍ରମିତଙ୍କ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସେହିପରି ମତାବାଜ ଗ୍ରାମର ଆକ୍ରାନ୍ତ ଜଣକ ବାହାର ଜିଲ୍ଲାରେ ଚାକିରି କରିଥିବାବେଳେ ନିୟମିତ ଯାତାୟତ କରିଥାନ୍ତି । ଗତ କିଛିଦିନ ତଳେ ତାଙ୍କୁ ଜ୍ୱର ହୋଇ ନକମିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା କରାଯିବା ସହ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜେଟିଭ ଆସିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏବେ ସମଗ୍ର ଶାଳଣିଆଁ ଅଞ୍ଚଳରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏଠାରେ ସଂକ୍ରମିତ ବ୍ୟକ୍ତି ମାନେ ଅଞ୍ଚଳରର ବିଭିନ୍ନ ଲୋକଙ୍କ ସହିତ ମିଳାମିଶା କରିଥିବାରୁ ଲୋକମାନେ ଏପରି ଆଶଙ୍କା କରିଛନ୍ତି । ଏବେବି ଲୋକମାନେ ସଚେତନ ନହୋଇ ସ୍ୱାବ ନମୁନା ପରୀକ୍ଷା କରିବାକୁ ଦେଇ ସୁଧା ବନ୍ଧୁବାନ୍ଧବ, ଛକ ବଜାରରେ ବୁଲୁଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.