Home କେନ୍ଦୁଝର ହାଟଡିହି ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ହାଟଡିହି ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

134

ହାଟଡିହି ୧୯। ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ପଞ୍ଚାୟତର ବିଭିନ୍ନ ଗ୍ରାମରେ କରୋନା ପଜେଟିଭ ଚିହ୍ନଟ ହେବାପରେ ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ ତାଙ୍କର ଜିଲ୍ଲାପାଳ କ୍ଷମତା ଜାହିର କରି ସମଗ୍ର ପଞ୍ଚାୟତକୁ ସର୍ଟଡାଉନ ଘୋଷଣା କରିଛନ୍ତି। ଆକ୍ରାନ୍ତମାନେ ଲୋକାଲ କଣ୍ଟାକ୍ଟ ହୋଇଥବାରୁ ଓ ଦିନକୁ ଦିନ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ସରପଞ୍ଚ ଏପରି ପଦକ୍ଷେପ ନେଇଛନ୍ତି। ୨୦ତାରିଖ ଗୁରୁବାର ସକାଳ ୭ଟାରୁ ୨୧ ତାରିଖ ଶୁକ୍ରବାର ରାତି୧୨ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସର୍ଟଡାଉନ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ଏପରିକି ପଞ୍ଚାୟତରେ ଥିବା ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର, ହାଟଡିହି ବିଡିଓ, ନନ୍ଦିପଦା ପୁଲିସକୁ ଅବଗତ କରାଇଛନ୍ତି। ଆଜି ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତ ଅଞ୍ଚଳରେ ପ୍ରଚାର କରାଇ ଲୋକମାନଙ୍କୁ ସଚେତନ କରାଇଛନ୍ତି। ସେ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୁରତା ରକ୍ଷା କରିବା, ସବୁବେଳେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ନିୟମିତ ହାତ ଧୋଇବା ପାଇଁ ସଚେତନ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.