Home କେନ୍ଦୁଝର ହାଟଡ଼ିହି ବ୍ଲକରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ

ହାଟଡ଼ିହି ବ୍ଲକରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ

733

ହାଟଡ଼ିହି- ୧୦/୮ (ଓଡ଼ିଆପୁଅ) ହାଟଡ଼ିହି ବ୍ଲକରେ ଆଜି ସନ୍ଧ୍ୟାରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଛେନାପଦି ଛକର ଗୋଟିଏ ପରିବାରର ୩ଜଣ ଆକ୍ରାନ୍ତ ହୋଇଥିଲାବେଳେ ଅନ୍ୟ ଜଣେ ଶାଳଣିଆଁ ପଂଚାୟତ ମନୋହରପୁର ଗ୍ରାମର। ଛେନାପଦି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ବୋଲି ସୂଚନା ମିଳିଛି। ସେହିପରି ମରେଇଗାଁ ପଞ୍ଚାୟତ ଟିଏମସି ରେ ଥିବା ଦୁଇଜଣ ଓ ସଢା ପଂଚାୟତ ଟିଏମସି ରେ ଥିବା ଜଣେ ଗୋଆ ଫେରାନ୍ତଙ୍କ ଠାରେ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୪ଜଣ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.