Home ଜିଲ୍ଲା ପରିକ୍ରମା ହାଇକୋର୍ଟ ସ୍ଥିତାବସ୍ଥା ସତ୍ତ୍ୱେ ବିଦ୍ୟୁତ ସଂଯୋଗ ଦେବା ଓ ମହିଳାଙ୍କୁ ଅନଧିକାର ଅଟକ ରଖିବା ଅଭିଯୋଗ;...

ହାଇକୋର୍ଟ ସ୍ଥିତାବସ୍ଥା ସତ୍ତ୍ୱେ ବିଦ୍ୟୁତ ସଂଯୋଗ ଦେବା ଓ ମହିଳାଙ୍କୁ ଅନଧିକାର ଅଟକ ରଖିବା ଅଭିଯୋଗ; ପୁଣି ଋଜୁ ହେଲା ମାମଲା

115

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋଟସିରା ଗ୍ରାମର ଭାରତୀ ରାଇସ ମିଲ ବିଦ୍ୟୁତ ଲାଇନକୁ ଘରୋଇ ସଂଯୋଗ ପାଇଁ ବ୍ୟବହାର କରାଇଥିôବା ଘଟଣାରେ ରାଜ୍ୟ ମାନବାôଦକାର ଆୟୋଗଙ୍କ ନିକଟରେ ମାମଲାଳ ଋଜୁ ହୋଇଛି । ବ୍ୟକ୍ତିଗତ ଅର୍ଥରେ ବିଦ୍ୟୁତ ଲାଇନ ନିର୍ମାଣ ଓ ସଂଯୋଗ ରୁ ଭିନ୍ନ ଟାନ୍ସଫର୍ମରକୁ ହାଇକୋଟ ସ୍ଥିତାବସ୍ଥ ଆଦେଶକୁ ଅବଜ୍ଞା କରି୧୧ କେଭି ବିଦ୍ୟୁତ ତାର ସଂଯୋଗ କରିବା ସହ ଘରୋଇ ସଂଯୋଗ ଦେବା ସହ ରାଇସ ମିଲ ମାଲିକ ବିମଳିନୀ ଭାରତୀଙ୍କୁ ବଳପୂର୍ବକ ଓ ଅନଧିକାର ଭାବେ ଥାନାରେ ଅଟକ ରଖିବା ଏବଂ ମର୍ଯ୍ୟାଦା ହାନୀ କରିବା ଅଭିଯୋଗ କରି ରାଜ୍ୟ ମାନବାଧିକାର କମିଶନଙ୍କ ଇଜିଲାସରେ ୨୨୮୬/୨୦୨୦ ମୂଳେ ମାମଲା ଋଜୁ ହୋଇଛି । ଏହି ମାମଲାରେ ନେସ୍କା ବିଭାଗ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ଲାଇନମ୍ୟାନ ଶଶିକାନ୍ତ ଜେନା, ଭଣ୍ଡାରିପୋଖରୀ ଥାନା ସବଇନିସପେକ୍ଟର ଅନୁରାଗ ମହାନ୍ତି, ମଞ୍ଜୁରୀରୋଡ ଆଉଟପୋଷ୍ଟ ସବଇନିସପେକ୍ଟର ବ୍ରଜକିଶୋର ଦାସ, କନେଷ୍ଟବଳ ଗୋପବନ୍ଧୁ ଖିଲାର, ଆଉଟପୋଷ୍ଟ କର୍ମଚାରୀ ହରପ୍ରିୟା ମହାନ୍ତି, ଥାନା ହାବିଲଦାର ବିଶ୍ୱନାଥ ପରିଡା, କନେଷ୍ଟବଳ ରତିକାନ୍ତ ଦାସ, ଥାନା କର୍ମଚାରୀ ଶାନ୍ତିଲତା ସୋରେନ, ମଧୁ ସୋଇ, ସନ୍ତୋଷ ଚକ୍ରାଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାଯାଇଛି । ରାଇଓ ମିଲ ଅର୍ଥରେ ଭାରତୀ ରାଇସ ମିଲକୁ ବିଦ୍ୟୁତ ସଂଯୋଗ ପାଇଁ ନିର୍ମାଣ କରାଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଅନ୍ୟମାନଙ୍କୁ ସଂଯୋଗ ଦେବା ବେଆଇନ ଓ ଗ୍ରହଣୀୟ ନୁହେଁ ବୋଲି ବାରମ୍ବାର ଲିଖିତ ଭାବେ ବିଦ୍ୟୁତ ବିଭାଗକୁ ମାଲିକ ଶ୍ରୀମତୀ ଭାରତୀଙ୍କ ପକ୍ଷରୁ ସୂଚୀତ କରାଯାଇଥିଲା । ବିଭାଗର ଭିନ୍ନ ମତିଗତି ଦେଖି ଶ୍ରୀମତୀ ଭାରତୀ ହାଇକୋର୍ଟରେ ମାମଲା ଋଜୁ କରିଥିଲେ । ସ୍ଥିତାବସ୍ଥା ପାଇଁ ହାଇକୋର୍ଟ ମଧ୍ୟ ଗତ ଅଗଷ୍ଟ ୨୭ ତାରିଖରେ ଆଦେଶ ଦେଇଥିଲେ । ମାତ୍ର ନେସ୍କୋ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଦୁଇ ଜଣ ଲାଇନମ୍ୟାନ ପୁଲିସ ସହାୟତାରେ ସଂପୃକ୍ତ ବ୍ୟକ୍ତିଗତ ବିଦ୍ୟୁତ ତାରରୁ ଗତ ଦୁଇ ବର୍ଷ ପୂର୍ବେ ସଂଯୋଗ କରାଯାଇଥିôବା ସୌଭାଗ୍ୟ ଯୋଜନା ଟ୍ରାନ୍ସଫର୍ମରରୁ ଉପଭୋକ୍ତାଙ୍କୁ ଚଳିତ ମାସ ୧ ତାରିଖ ଦିନ ବିଦ୍ୟୁତ ସଂଯୋଗ ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ପୁଲିସ ବଳ ପୂର୍ବକ ଶ୍ରୀମତୀ ଭାରତୀଙ୍କୁ ଉଠାଇନେଇ ଥାନାରେ ଦୀର୍ଘ ସମୟ ଅଟକ ରଖି ଘରେ ନିସର୍ତ୍ତ ଛାଡି ଦେଇଯାଇଥିଲା । ସେହିଦିନ ନେସ୍କୋ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହୁରିଆ ନୀତି ନିୟମକୁ ପାଳନ କରାଯାଇ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଛି ବୋଲି ସଫେଇ ଦେଇଥିଲେ । ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବ୍ୟକ୍ତିଗତ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.