ad
ଅପରାଧ

ହରିଚନ୍ଦନପୁର ବନବିଭାଗର ଚଢାଉ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ

ହରିଚନ୍ଦନପୁର,ତା ୧୩ ଅପ୍ରେଲ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଆନନ୍ଦପୁର ଡିଏଫଓ ଅଜିତ ସତପଥିଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ବନବିଭାଗର ଚଢାଉ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ କରାଯାଇଛି । ଖବର ଅନୁଯାୟୀ ଦେଉଗାଁ ରେଞ୍ଜ ହରିଚନ୍ଦନପୁର ବନପାଳ ଅଧିନସ୍ଥ ଧୋରଡିଆମ୍ବ ଗ୍ରାମ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ମୂଲ୍ୟବାନ ଶାଳକାଠ ଜବତ କରାଯାଇଛି । ଖବର ଅନୁଯାୟୀ ଶୁକ୍ରବାର ଦିନ ଉକ୍ତ ଜଙ୍ଗଲରୁ ମୂଲ୍ୟବାନ ଶାଳକାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର କୌଣସି ସୂତ୍ରରୁ ଡିଏଫଓ ଖବର ପାଇଥିଲେ । ଖବର ପାଇବା ପରେ କାଠ ସହ ମାଫିଆଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ଉଦ୍ୟମ ଜାରି ରହିଥିଲା । ହେଲେ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଉକ୍ତ କାଠକୁ ଶନିବାର ଦିନ ଜବତ କରାଯାଇଛି । ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଆଣାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚଢାଉରେ ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ, ଫରେଷ୍ଟ ଗାର୍ଡ ପ୍ରିୟଦର୍ଶିନୀ ଜେନା, ରଶ୍ମିରଞ୍ଜନ ରାଉତଙ୍କ ସହ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ମିଶନ ସଫଳ ହୋଇଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top