Home ଜିଲ୍ଲା ପରିକ୍ରମା ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ରାହାଗୀରି କାର୍ଯ୍ୟକ୍ରମ ଅନୁଷ୍ଠିତ

ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ରାହାଗୀରି କାର୍ଯ୍ୟକ୍ରମ ଅନୁଷ୍ଠିତ

17

ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରାହାଗୀରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଗାନ୍ଧୀ ଘାଟରେ ପଥପ୍ରାନ୍ତ ନାଟକ, ନାଗାମେଢ଼, ଗୋଟିପୁଅ ନୃତ୍ୟ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡ଼କ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହୋଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନୀତି ରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫଇକ ଇନିସ୍ପେକ୍ଟର ଗୋକୁଳାନନ୍ଦ ଦାସ, ଟ୍ରାଫିକ ଇନିସ୍ପେକ୍ଟର ସୁଶାନ୍ତ ପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.