Home Top News ସଡ଼କ ଦୁର୍ଘଟଣା: ଟ୍ରକ ଓଲଟି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ

ସଡ଼କ ଦୁର୍ଘଟଣା: ଟ୍ରକ ଓଲଟି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ

51

ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ସଡ଼କ ଦୁର୍ଘଟଣା: ମହାରାଷ୍ଟ୍ର: ଜାଲଗାଓଁରେ ଟ୍ରକ ଓଲଟି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି ପୋଲିସର ସୂଚନାନୁସାରେ, ଧୁଲେରୁ ଜାଲଗାଓଁର ରେଭର ଆଡକୁ ଯାଉଥିବା ଟ୍ରକଟି ୟାଭାଲ ରୋଡରେ ଥିବା କିଙ୍ଗାଓଁ ନିକଟରେ ଓଲଟି ପଡିଥିଲା। ରାତି ପ୍ରାୟ ୧ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିଛି। ଏଥି ସହିତ ମହାରାଷ୍ଟ୍ରର ୟାଭାଲରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଟ୍ରକ ଡ୍ରାଇଭରକୁ ହେପାଜତକୁ ନେଇଛି। ମୃତକଙ୍କ ମଧ୍ୟରେ ପୁରୁଷ, ୨ ଶିଶୁ ଏବଂ ୬ ଜଣ ମହିଳା ଅଛନ୍ତି। ସମସ୍ତ ମୃତ ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ ପାଇଁ ୟାଭାଲ ଡାକ୍ତରଖାନା ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.