ad
ଓଡ଼ିଶା

ସଡ଼କ ଦୁର୍ଘଟଣାରେ ମୃତ ଦୁଇ ଜବାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ଓ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଝାରସୁଗୁଡ଼ା ୦୧ ମାର୍ଚ୍ଚ (ଓଡ଼ିଆ ପୁଅ) ଝାରସୁଗୁଡାରେ ଆଜି ଏକ ସଡ଼କ ଦୁର୍ଘଟଣାରେ Odisha State Armed Police ର ୨ ଜଣ ଜବାନ୍ ପ୍ରଶାନ୍ତ ବେହେରା ଓ ଏସ୍. ପି. ପନ୍ଥ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଏସ.ପି. ପନ୍ଥ OSAP second Battalion, ଝାରସୁଗୁଡାରେ ଏବଂ ପ୍ରଶାନ୍ତ ବେହେରା SS third Battalion, ଗଜପତିରେ କାର୍ଯ୍ୟରତ ଥିଲେ। ଶୋକ ସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଜବାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତ ଜବାଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଯଦି ଆହତ ମାନଙ୍କର କୌଣସି ସ୍ଥାୟୀ ଅକ୍ଷମତା ହୁଏ, ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଝାରସୁଗୁଡା ଗସ୍ତ ପୂର୍ବରୁ ବୁର୍ଲା ଡାକ୍ତରଖାନା ଯାଇ ଆହତ ଜବାନ୍ ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top