Home Coronavirus Outbreak ସ୍ୱେଛାକୃତ ସ୍ୱାବ୍ ପରୀକ୍ଷା ପ୍ରକ୍ରିୟାରୁ ମୁହଁ ଫେରାଉଛନ୍ତି ପୌରବାସୀ

ସ୍ୱେଛାକୃତ ସ୍ୱାବ୍ ପରୀକ୍ଷା ପ୍ରକ୍ରିୟାରୁ ମୁହଁ ଫେରାଉଛନ୍ତି ପୌରବାସୀ

67

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌରାଞ୍ଚଳରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି। ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ନୂଆ ସଂକ୍ରମିତ ପୌରାଞ୍ଚଳରୁ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ପୌରପାଳିକାର ପ୍ରାୟ ସମସ୍ତ ୱାର୍ଡ଼ ଏବେ କଣ୍ଟେମେଣ୍ଟ ଜୋନରେ ପରିଣତ ହୋଇ ସାରିଲାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରତ୍ୟେକ ଶନିବାର ଓ ରବିବାର ସର୍ଟଡାଉନ ଘୋଷଣା କରିଥିବାବେଳେ ଆଜି ଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଦିନ ୨ଟା ପରେ ସମଗ୍ର ପୌରାଞ୍ଚଳକୁ ସର୍ଟଡାଉନ ଘୋଷଣା କରାଯାଇଛି। ଏପରିକି ପୌରାଞ୍ଚଳ ବ୍ୟତୀତ ଏହାର ସୀମାକୁ ଲାଗି କେତେକ ପଞ୍ଚାୟତରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି। ତେବେ ଗତକାଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତିଯେ ବର୍ତ୍ତମାନ ଅଧିକ ସ୍ୱାବ ପରୀକ୍ଷା କରାଯାଉଥିବାରୁ ନୂୁତନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପ୍ରତ୍ୟେକ ଦିନ ୧୫ଶହରୁ ଉଦ୍ଦ୍ୱର୍ ସ୍ୱାବ୍ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି। ସମସ୍ତ ଗୋଷ୍ଠି ଓ ପ୍ରାଥମିକ ସ୍ୱାସ୍ତ୍ୟକେନ୍ଦ୍ର ସମେତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରିକି ଭ୍ରାମ୍ୟମାଣ ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା ଆରମ୍ଭ ହୋଇଛି। ମାତ୍ର ଅଧଘଣ୍ଟାକ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯାଉଛି। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଆତଙ୍କିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ସ୍ୱେଛାକୃତ ଭାବେ ସ୍ୱାବ୍ ପରୀକ୍ଷା କରାଇ ନେବାକୁ ସେ ଭିଡିଓ ବାର୍ତ୍ତା ଯୋଗେ ପରାମର୍ଶ ଦେଇଛନ୍ତି। ତେବେ ସ୍ୱେଛାକୃତ ସ୍ୱାବ ପରୀକ୍ଷା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧକୁ ସେପରି ସମର୍ଥନ ପରିଲକ୍ଷିତ ହେଉ ନାହିଁ। ଏହି ପରୀକ୍ଷା ପ୍ରକ୍ରିୟାରୁ ସହରବାସୀ ଦୂରେଇ ରହିବାକୁ ଚାହୁଁଛନ୍ତି। କାରଣ ପ୍ରଥମତଃ ଆଣ୍ଟିଜେନ ପରୀକ୍ଷାକୁ ନେଇ ପୌରବାସୀ ସନ୍ତୁଷ୍ଟ ନୁହନ୍ତି। କାରଣ ଆଣ୍ଟିଜେନ ପରୀକ୍ଷା ରିପୋର୍ଟର ବୈଧତା ନେଇ ସେମାନେ ସନ୍ଧିହାନ। ଯଦି ଗଳାର ସ୍‌ାବ ପରୀକ୍ଷା କରାଯାଏ ତେବେ କିଛି ଲୋକ ଏଥି ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଅପରପକ୍ଷେ ସାମାଜିକ ବାସନ୍ଦ ହେବାର ଭୟ ଘାରିଛି ପୌରବାସୀଙ୍କୁ। କରୋନା ସଂକ୍ରମିତଙ୍କୁ ଏବେ ସମସ୍ତେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳରେ ରୋଗୀ ଚିହ୍ନଟ ହେଲେ, ସେହି ଅଞ୍ଚଳବାସୀଙ୍କୁ ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିବା ସହ ଦୂରେଇ ରହୁଛନ୍ତି। ତେଣୁ ଥଣ୍ଡା, ଜ୍ୱର, କାଶ, ଛିଙ୍କ ପରି ଲକ୍ଷଣ ଥାଇ ମଧ୍ୟ ସାଧାରଣ ଲୋକ ସ୍ୱାବ୍ ପରୀକ୍ଷା ପାଇଁ ରାଜି ନୁହନ୍ତି। ଅନୁରୂପ ପରୀକ୍ଷା ପରେ କାଳେ ନୂତନ ସଂକ୍ରମିତଙ୍କୁ କୋଭିଡ କେନ୍ଦ୍ରକୁ ନିଆଯିବ ତାକୁ ନେି ଆତଙ୍କିତ ଅଛନ୍ତି ସହରବାସୀ। ଇତିମଧ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ଏବେ ୩ଟି ଯାକ କୋଭିଡ ହସପିଟାଲ ଓ କେଆର ସେଣ୍ଟରରେ ସ୍ଥାନାଭାବ ଦେଖା ଦେଲାଣି। ଏହି ପରିପ୍ରେକ୍ଷୀରେ ଲ୪ଣ ତ୍ନତବା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇ ପାରିବେ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି ଥରେ ସଂକ୍ରମିତ ବୋଲି ଚିହ୍ନଟ ହେଲେ ଏବଂ ଏହି କଥା ପ୍ରଘଟ ହେଲେ ଜଣେ ବ୍ୟକ୍ତି ନିଜ ଘରେ ରହିବା ଏକପ୍ରକାର ଅସମ୍ଭବ ବ୍ୟବପାର ହୋଇ ପଡ଼ିବ ବୋଲି ଲୋକେ ବିଚାରୁଛନ୍ତି। କାରଣ କରୋନା ସଂକ୍ରମିତଙ୍କ ପ୍ରତି ସାଧାରଣରେ ଥିବା ମାନସିକତାରେ ଏଯାଏଁ ପରିବତ୍ତ୍‌ର୍ନ ଆସି ନାହିଁ। ମୋଟାମୋଟି ଭାବରେ ଉକ୍ତ ରୋଗ ପ୍ରତି ଥିବା ସାଧାରଣରେ ଘୃଣା, ନିଜ ଅଞ୍ଚଳରେ ସାମାଜିକ ବାସନ୍ଦ ହେବା ଭୟରେ ଜିଲ୍ଲାପାଳଙ୍କ ସ୍ୱେଛାକୃତ ସ୍ୱାବ ପରୀକ୍ଷା ପାଇଁ ଅନୁରୋଧକୁ ପୌରବାସୀ ମୁହଁ ମୋଡ଼ୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.