Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

50

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଂଗ ପଂଚାୟତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ୯୮ ବର୍ଷ ବୟସରେ ଆଜି ପରଲୋକ ଘଟିଛି । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଶ୍ରୀ ମହାପାତ୍ର ଅସହଯୋଗ ଆନ୍ଦୋଳନ ବେଳେ ଘରୁ ଲୁଚି ପଳାଇଯାଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଧରଣୀଧର ଜେନାଙ୍କ ନେତୃତ୍ୱରେ ସେ ଭଦ୍ରକରେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ତାଙ୍କ ମୃତ୍ୟୁରେ ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ଭଦ୍ରକ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ନାୟକ, ସାବରଂଗ ସରପଂଚ ରଞ୍ଜିତା ନାୟକ,ସମିତି ସଭ୍ୟା ରଶ୍ମିତା ମଲ୍ଲିକ ,ଯୁବ ସମାଜସେବୀ ତଥା ସାବରଂହ ସମବାୟ ସମିତିର ପୂର୍ବତନ ସଭାପତି ଭ୍ରମରବର ନାୟକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାବରଂଗସ୍ଥ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ଅପରାହ୍ନରେ ଗ୍ରାମ ପରିକ୍ରମା ପରେ ନିଜ ବାଡିରେ ଅନ୍ତମ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ରବିନ୍ଦ୍ର ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.