Home ଓଡ଼ିଶା ସ୍ଵାମୀ, ସ୍ତ୍ରୀଙ୍କ HIV ଏଡ୍ସରେ ଶୋଚନୀୟ ମୃତ୍ୟୁ, ଚାରି ଅସହାୟ ଶିଶୁଙ୍କ ପ୍ରତି ପ୍ରଶାସନ ଦୃଷ୍ଟି...

ସ୍ଵାମୀ, ସ୍ତ୍ରୀଙ୍କ HIV ଏଡ୍ସରେ ଶୋଚନୀୟ ମୃତ୍ୟୁ, ଚାରି ଅସହାୟ ଶିଶୁଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

144

ବଲାଙ୍ଗୀର, ୩୦-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ କରୋନାକୁ ନେଇ ଚିନ୍ତା ବଢିଚାଲିଥିବା ବେଳେ HIV ଏଡ୍ସରେ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଗତ ଦୁଇ ବର୍ଷ ତଳେ ଟିଟିଲାଗଡ଼ ୱାର୍ଡ ନଂ୧୩ ନିବାସୀ ସୁଭମ ନାଗ (୪୫) ଛଦ୍ମନାମ ଓ ତାଙ୍କ ସ୍ତ୍ରୀ ଦମୟନ୍ତି ନାଗ (୩୫) ଛଦ୍ମନାମ HIV ଭୁତାଣୁ ରେ ସଂକ୍ରମିତ ଥିବା ଜାଣି ପାରିଥିଲେ। ତାଙ୍କର ଚାରୋଟି ସନ୍ତାନ ରହିଥିବା ବେଳେ ବଡ଼ ଝିଅ କୁମି ନାଗ (୧୨) ଛଦ୍ମନାମ ମଧ୍ୟ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଛି। ହେଲେ ଗତ ଛଅ ମାସ ତଳେ ସ୍ୱାମୀଙ୍କ ଏହି ଭୁତାଣୁ ସଂକ୍ରମିତ ଜନିତ ମୃତ୍ୟୁ ଘଟିଥିଲା। ତେବେ ବୁଧବାର ଦିନ ପ୍ରାୟ ୧୧ ଟା ସମୟରେ ଗୁରୁତର ଅବସ୍ଥାରେ ଘରେ ଚିକିତ୍ସା ଅଭାବରୁ ପଡି ରହି ଶୋଚନୀୟ ମୃତ୍ୟୁ ବରଣ କରିଛନ୍ତି। ଏବେ ତିନୋଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ କେହି ସାହା ଭରସା ନାହାନ୍ତି। ବଡ଼ ଝିଅ ୧୨ ବର୍ଷୀୟ ହୋଇଥିବା ବେଳେ ଅନ୍ୟ ତିନି ଛୋଟ ସନ୍ତାନ ଅଛନ୍ତି। ତେବେ ଏଚ ଆଇ ବି ଅକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଯୋଗୁଁ ଉକ୍ତ ସନ୍ତାନଙ୍କୁ କେହି ଗ୍ରହଣ କରିବା କୁ ଇଛୁକ ନାହାନ୍ତି। ନିଜ ବୃଦ୍ଧା ଆଇ ପାଖରେ ଉକ୍ତ ଚାରି ଜଣ ଆଶ୍ରୟ ନେଇଥିବା ବେଳେ ସେ ଅତ୍ୟନ୍ତ ଦୁର୍ବଳ ହୋଇ ରହିଛନ୍ତି। ଏବେ ଉକ୍ତ ଛୋଟ ସନ୍ତାନଙ୍କୁ କିଏ ଆଶ୍ରୟ ଦେବ ସେ ନେଇ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇଛି। ତେବେ ଉକ୍ତ ମୃତ ଆକ୍ରାନ୍ତଙ୍କୁ ସଠିକ ପରାମର୍ଶ ଓ ଚିକିତ୍ସା ଅଭାବରୁ ଏପରି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.