Home କେନ୍ଦ୍ରାପଡ଼ା ସ୍ପଷ୍ଟ ଦିବାଲୋକରେ ବ୍ୟାଗ ଝାମ୍ପିନେଲେ

ସ୍ପଷ୍ଟ ଦିବାଲୋକରେ ବ୍ୟାଗ ଝାମ୍ପିନେଲେ

39

କେନ୍ଦ୍ରାପଡ଼ା, ୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲୁଟ୍‌, ଡକାୟତି କେନ୍ଦ୍ରାପଡ଼ା ପୋଲିସର ପିଛା ଛାଡୁନି। ଟାଉନ୍ ଥାନା ଅନ୍ତର୍ଗତ କାକଟ ଲକ ନିକଟସ୍ଥ ଏଚ୍‌ପି ଗ୍ୟାସ ଗୋଦାମ ସମ୍ମୁଖ ରାସ୍ତାରୁ ଜଣେ ଯୁବତୀଙ୍କ ବ୍ୟାଗ ଲୁଟିଆ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ହେଉଛନ୍ତି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ସଙ୍ଗୀତା ମହାନ୍ତି। ସୂଚନା ଅନୁଯାଇ ସଙ୍ଗୀତା କମ୍ପ୍ୟୁଟର କ୍ଲାସ କରିବାକୁ ପ୍ରତିଦିନ କେନ୍ଦ୍ରାପଡ଼ା ଆସିଥାନ୍ତି। ଶନିବାର ସେ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରିବା ବେଳେ ଅପରାହ୍ଣ ପ୍ରାୟ ୪ଟା ସମୟରେ କାକଟ ଲକ ନିକଟସ୍ଥ ଏଚପି ଗ୍ୟାସ ଗୋଦାମ ରାସ୍ତାରେ ଏକ ବାଇକରେ ଦୁଇଜଣ ଦୁର୍ବୃତ୍ତ ଦୃତ ଗତିରେ ଆସି ତାଙ୍କ ବ୍ୟାଗଟିକୁ ଝାମ୍ପି ନେଇଥିଲେ। ଯୁବତୀ ଜଣକ ସାହାସର ସହ ଅନ୍ୟ ଏକ ବାଇକରେ ଲିଫ୍ଟ ମାଗି ଲୁଟିଆଙ୍କ ପିଛା କରିଥିଲେ। କିନ୍ତୁ ଲୁଟିଆ ଦୁଇଜଣ ଆଖି ପିଛୁଳାଖେ ଶ୍ୟାମସୁନ୍ଦରପୁର ଗଡା ଆଡକୁ ଫେରାର ହୋଇଯାଇଥିଲେ। ଏ ନେଇ ସଙ୍ଗୀତା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିକଟରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୋଲିସ ଲୁଟିଆମାନଙ୍କର କାଣସି ସନ୍ଧାନ ପାଇ ପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.