Home ଜିଲ୍ଲା ପରିକ୍ରମା ସ୍ଥାୟୀ ନିଯୁକ୍ତି ନେଇ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବି

ସ୍ଥାୟୀ ନିଯୁକ୍ତି ନେଇ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବି

17

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ପାର୍ଟ ଟାଇମ୍ ଉଚ୍ଛେଦ କରି ପୁନଃ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଭଦ୍ରକ ଜିଲ୍ଳାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୮ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଓ କ୍ରୀଡା ଶିକ୍ଷକ ଶିକ୍ଷା ପ୍ରଦାନ କରିଆସୁଛନ୍ତି । କିନ୍ତୁ ସରକାରଙ୍କର ବିଭିନ୍ନ ପ୍ରତିଶୃତି ସତ୍ୱେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କର ନୈର୍ଯ୍ୟ ଦାବିକୁ ଖାମଖିଆଲି ଭାବେ ବର୍ତମାନ ସୁଦ୍ଧା ନେଇଆସୁଛନ୍ତି । ଏଣୁ ସରକାରଙ୍କୁ ଚେତାଇ ଦେଉଛୁ କି ଯଦି କଳା ଓ କ୍ରୀଡା ଶିକ୍ଷକ ମାନଙ୍କର ଦାବି ପୂରଣ ନହୁଏ ବାଧ୍ୟ ହୋଇ ରାଜ୍ୟରାସ୍ତାକୁ ପରିବାର ସହ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ କଳା ଓ କ୍ରୀଡା ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କମୁାର ବେହେରା, ସମ୍ପାଦକ ଆଶିଶ କୁମାର ସାହୁ, ଜିଲ୍ଲା ଆବାହକ ସୁକାନ୍ତ କୁମାର ଦାସ, ରାଜ୍ୟ ସଂଯୋଜକ ବିପିନ୍ ବସନ୍ତିଆ, ବକ୍ସି ଜଗବନ୍ଧୁ ଭୋଇ, ସିଦ୍ଧାର୍ଥ ସାହୁ, ବିମଲ ପଢ଼ିଆରି, ଏସ.କେ. ସଲିମ୍‌, ଜୟନ୍ତ କୁମାର ନାୟକ, ସସ୍ମିତା ବିଶ୍ୱାଳ, ପ୍ରଜ୍ଞାପରିମିତା ସାମଲ, ମନୋରଂଜନ ନାୟକ, ଜିତେନ୍ଦ୍ର ବେହେରା, ପଦ୍ମନାଭ ସେଠୀ, ପ୍ରଭୁରଂଜନ ଉପାଧ୍ୟୟ, ଅଶୋକ ସେଠୀ ସୀତାରାଣୀ ଦାସ, ସୁବ୍ରଜିତ ଚାନ୍ଦ, ଶୋଭାରାଣୀ ରାଉତ, ମିଡିଆ ସେଲ୍ କୋଡିନେଟର ଚୁଡାମଣି ଦାସ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.