Home ଜିଲ୍ଲା ପରିକ୍ରମା ସୌମ୍ୟ ରଂଜନ ହେଲେ ଛାତ୍ର କଂଗ୍ରେସର ଜିଲା ସଭାପତି

ସୌମ୍ୟ ରଂଜନ ହେଲେ ଛାତ୍ର କଂଗ୍ରେସର ଜିଲା ସଭାପତି

18

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଛାତ୍ର କଂଗ୍ରେସର ସଭାପତି ଭାବେ ସୌମ୍ୟ ରଂଜନ ବାରିକଙ୍କୁ ଦାୟିତ୍ୱ ମିଳିଛି । ତାଙ୍କ ନିଯୁକ୍ତିକୁ ନେଇ ଛାତ୍ର ସଂଗଠକଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି । ଭଦ୍ରକ ଜିଲ୍ଲାରେ ଛାତ୍ର କଂଗ୍ରେସର ସଂଗଠନ ସୁଦୃଢ଼ ହେବା ସହିତ ଛାତ୍ରଛାତ୍ରୀଙ୍କ ହକ ପାଇଁ ଲଢେଇ ଜାରି ରଖିବେ ବୋଲି ସୌମ୍ୟ ଜଣାଇଛନ୍ତି । ତାଙ୍କ ନିଯୁକ୍ତିକୁ ନେଇ ଓଡିଶା ଛାତ୍ର କଂଗ୍ରେସ ସଭାପତି ୟସୀଦ ନବାଜ,ରାଷ୍ଟ୍ରୀୟ ଛାତ୍ର ସଭାପତି ନିରଜ କୁନ୍ଦନ,ଭଦ୍ରକ ଜିଲ୍ଲାର ସଭାପତି ସୁବ୍ରତ ଦାସ ,ନଳିନୀକାନ୍ତ ମହାନ୍ତି ,ଯୁବ ନେତା ହେମନ୍ତ ମହାପାତ୍ରଙ୍କ ସହିତ ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.