Home କେନ୍ଦୁଝର ସୋସୋ ସଂଗରୋଧ କେନ୍ଦ୍ରରୁ ମହିଳା ନିଖୋଜ

ସୋସୋ ସଂଗରୋଧ କେନ୍ଦ୍ରରୁ ମହିଳା ନିଖୋଜ

253

ହାଟଡ଼ିହି- ୨୪/ ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) ସୋସୋ ସଂଗରୋଧ କେନ୍ଦ୍ରରୁ ଜଣେ ମହିଳା ନିଖୋଜ ହୋଇଯାଇଥିବା ନେଇ ମହିଳାଙ୍କ ସ୍ୱାମୀ ଓ ଭାଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ବେରୁଣପଦି ଗ୍ରାମର ଜଣେ ମହିଳା ବାହାର ରାଜ୍ୟରେ ରହୁଥିବାବେଳେ ପୁର୍ବରୁ ସୋସୋ ଥାନାରେଏକ ମାମଲା ହୋଇଥିବାରୁ ଗତ ୭ତାରିଖ ଦିନ ତାଙ୍କ ଭାଇ ତାଙ୍କୁ ଧରି ସୋସୋ ଥାନାରେ ପହଞ୍ଚିଥିଳେ । ମହିଳାଙ୍କ ସ୍ୱାମୀ ପରିବାର ଲୋକେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବ ବୋଲି କହିଥିଲେ । ମାତ୍ର ସରପଞ୍ଚ ଘରେ ନରହି ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ଫଳରେ ତାଙ୍କୁ ସୋସୋ କଲେଜରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । କିନ୍ତୁ ଗତ ୧୭ତାରିଖ ସକାଳେ ସେ ସଂଗରୋଧ କେନ୍ଦ୍ରରୁ କେଉଁଆଡେ ପଳାଇଥିବା ପରିବାର ଲୋକଙ୍କୁ ସୁଚନା ଦିଆଯାଇଥିଲା । ପରିବାର ଲୋକେ ଏ ସମ୍ପର୍କରେ ତୁରନ୍ତ ସରପଞ୍ଚଙ୍କ ସହ ଯୋଗଯୋଗ କରିବାରୁ ତୁମେ ବ୍ୟସ୍ତ ହୁଅନି ଆମେ ବୁଝିଦେବୁ ବୋଲି କହିଥିଲେ । କିନ୍ତୁ ଆଜି ପର‌୍ୟ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି କି ପୁଲିସର ସାହଯ୍ୟ ନେଉ ନଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ମହିଳାଙ୍କ ସ୍ୱାମୀ ରବିନ୍ଦ୍ର ସେଠୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.