Home Top News ସୋନି ଚ୍ୟାନେଲ ରିଆଲିଟି-ଶୋ ଇଣ୍ଡିଆସ ଗଟ୍ ଟାଲେଣ୍ଟରେ ନିଜର ପ୍ରତିଭା ପ୍ରଦର୍ଶନ କଲେ ମାଲକାନଗିରି ଜିଲ୍ଲାର...

ସୋନି ଚ୍ୟାନେଲ ରିଆଲିଟି-ଶୋ ଇଣ୍ଡିଆସ ଗଟ୍ ଟାଲେଣ୍ଟରେ ନିଜର ପ୍ରତିଭା ପ୍ରଦର୍ଶନ କଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରମାନେ

130

ମାଲକାନଗିରି, ୧୫/୧ (ଓଡ଼ିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ଅପହଁଚ ଇଲାକାର ଅସହାୟ ଓ ଅନାଥ ପିଲାମାନେ ସୋନି ଚ୍ୟାନେଲ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ଭାଗ ନେଇ ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ଇଣ୍ଡିଆ ଗଟ ଟ୍ୟାଲେଣ୍ଟର ଜଜ ବାଦଶାହଙ୍କ ଠାରୁ ଆରମ୍ଭ କରି ଶିଳ୍ପା ଶେଟ୍ଟି ଓ କିରନ ଖେର ପରି ତମାମ ତାରକାଙ୍କୁ ତାଜୁବ୍ କରି ଦେଇଛି ଆଦିବାସୀ ପିଲାଙ୍କ ଏହି ବିରଳ ପ୍ରତିଭା।

ଘରୋଇ ସୋନି ଟିଭି ଚ୍ୟାନେଲରେ ପ୍ରସାରିତ, କାର୍ଯ୍ୟକ୍ରମ ଇଣ୍ଡିଆସ ଗଟ୍ ଚ୍ୟାଲେଂଟରେ ନିଜ ପ୍ରତିଭା ପ୍ରଦର୍ଶିତ କରିଛନ୍ତି ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଠିତ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଗୁରୁକୂଳ ରେ ରହି ତାଲିମ ନେଉଥିବା ଅସହାୟ ଓ ବାପା-ମାଆ ଛେଉଣ୍ଡ ପିଲାମାନେ ସୁଦୂର ମୁମ୍ବାଇ ସହରକୁ ଯାଇ ସୋନି ଚ୍ୟାନେଲ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ ଜାତୀୟ ମଂଚରେ ବୌଧ ଧର୍ମ ସମ୍ପର୍କିତ ନୃତ୍ୟ ଓ ଷ୍ଟଂଟ ପରିବେଶଣ କରି ବିଚାରପତିଙ୍କୁ ଖୁସି କରିଦେଇଛନ୍ତି ଏହି ପ୍ରତିଭାମାନେ। ବିଚାରପତି ତଥା ର୍ୟାପର-ବାଦଶାହ ଏବଂ ଶିଲ୍ପା ଶେଟ୍ଟି ଓ କିରନ ଖେର ଏମାନଙ୍କୁ ପ୍ରଶଂସାରେ ପୋତି ପକାଇ ଥିଲେ।

ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ବସବାସ କରନ୍ତି ଏହି ଅସହାୟ ଓ ଅନାଥ ପିଲାମାନେ। କିଏ ବଣ୍ଡା ଘାଟି ତ ଆଉ କିଏ ଚିତ୍ରକୋଣ୍ଡା ମାଓଗଡ଼ ସ୍ୱାଭିମାନ ଅଂଚଳରେ। ବାପା ମାଆ ଛେଉଁଣ୍ଡ ହୋଇଥିବାରୁ ମାଲାକନଗିରି ସଦର ମହକୁମା ସ୍ଥିତ ଅଲ ଓଡିଶା ମାର୍ଶାଲ ଆର୍ଟ୍ସ ଏକାଡେମୀ ଅନୁଷ୍ଠାନରେ ରହି ପାଠ ପଢିବା ସହ ମାର୍ଶାଲ ଆର୍ଟସ,ଜୁଡୋ ଓ ବିଭିନ୍ନ ଷ୍ଟଂଟ ତାଲିମ ନେଉଛନ୍ତି। ଆଉ ଏମିତି ଅନେକ ରିଆଲିଟି ଶୋ-ରେ ଭାଗ ନେଇ ସୁନାମ ଅର୍ଜନ କରିବା ସହ ବିଭିନ୍ନ କ୍ରୀଡା କ୍ଷେତ୍ର ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏହି ସୋ ଶନିବାର ଓ ରବିବାର ରାତ୍ର ୮ଟା ରେ ସୋନି ଚ୍ୟାନେଲ ରେ ପ୍ରଦର୍ଶିତ କରାଯିବ,ଏହି ସୋ କୁ ଜିଲ୍ଲାବାସୀ ଦେଖିବା ସହିତ ଗରିବ ଅସହାୟ ଛାତ୍ର ମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଆଓମା ଗୁରୁକୂଳ ର ମୁଖ୍ୟପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ଓ ଆଓମା ଗୁରୁକୂଳ ର ସଭାପତି ରତ୍ନାକର ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.