ad
ଓଡ଼ିଶା

ସେମେରିଆ ଗାଁର ହାସିନା

ସଫଳ କାହାଣୀ

-:ଜଗଦୀଶ ସୁନା:-

ହାସିନା ଜଣେ ଆଦିବାସୀ ଝିଅ। ବୟସ ତାର ୨୧, ପିତା-ହିରାଲାଲ ମାଝୀ ଓ ମାଁ ଫଗନୀ ବାଇଙ୍କ ଅତି ଅଲିଅଳ ଝିଅ। ଗାଁ ଗହଳିରେ ରହି ଯୁକ୍ତ ୨ ଯାଏ ପାଠ ପଢ଼ି ଆସି ଆଉ ଆଗକୁ ପାଠ ନ ପଢ଼ି ଘରେ ରହିଥିଲା। ସେତିକିବେଳେ ‘ସେଭ୍ ଦି ଚିଲଡ଼୍ରେନ’ ତରଫରୁ କାର୍ଯ୍ୟକାରୀ କରୁଥିବା ‘ଆଶା ଓଡ଼ିଶା ଅନନ୍ୟା-ବିବାହ ପିଲା ଖେଳ ନୁହେଁ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାଙ୍କ ଗାଁରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ମିଟିଂ ମାନଙ୍କରେ ଏହି ଝିଅଟି ତାଙ୍କ ସଂସ୍ପର୍ଷରେ ଆସିଥିଲେ। ତାଙ୍କ ଗାଁର ଝିଅ ମାନଙ୍କ ସହିତ ସେ ନିଜେ ସଂପୃକ୍ତ କାର୍ଯ୍ୟକ୍ରମର ତାଲିମ ନେଇଥିଲେ। ସେ କିଶୋରୀ ହିସାବରେ ଜୀବନ କୌଶଳରେ ତାଲିମ ନେଲାପରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଯାଇ ଅଧିକ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଶିକ୍ଷାର ଅତ୍ୟଧିକ ଆଗ୍ରହ ଯୋଗୁଁ ସି.ଟି. ପାଇଥିଲେ। ଜୟପୁରରେ ସି.ଟି. ପାଠ ଅଧ୍ୟୟନ ସାରି ଘରକୁ ଫେରି ଯୌଜପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ଶିକ୍ଷା ଉପରେ ତାଲିମ ନେଇ କିଶୋରୀ ଝିଅ ମାନଙ୍କ ପ୍ରତି କାମ କରିବାରେ ଆଗକୁ ଅଣ୍ଟା ଭିଡ଼ିଛନ୍ତି ଏବଂ ପ୍ରତି ପନ୍ଦର ଦିନରେ ଥରେ ରବିବାର ଦିନ ମାନଙ୍କରେ କିଶୋରୀ ଝିଅମାନଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସାଙ୍ଗକୁ ବିଭିନ୍ନ ଦିଗରେ ଗାଁରେ ତାଲିମ ଦେଇ ଆସୁଛନ୍ତି। ଏହା ସହିତ ନିଜକୁ ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେହି ଦିଗରେ ମଧ୍ୟ ଆପ୍ରାଣ ଚେଷ୍ଟା କରିଆସୁଛନ୍ତି। ସେହି ଝିଅ ଅନ୍ୟ ଚର୍ଚ୍ଚାନେତ୍ରୀମାନଙ୍କ ସହ ଗାଁରେ ଦେଖାଯାଉଥିବା ବାହାଘର ମାନଙ୍କୁ ରୋକିବାରେ ସକ୍ଷମ ହୋଇପାରିଥିଲେ। ଗାଁର ତେଜୁରାମ ମାଝୀଙ୍କ ଝିଅକୁ ଷୋହଳ ବର୍ଷ ଭିତରେ ତା ମା ବାପା ବିବାହ କରିବାପାଇଁ ସମସ୍ତ କାର୍ଯ୍ୟକ୍ରମ ପକ୍କା କରିଦେଇଥିବା ବେଳେ ସେହି ସମୟରେ ଚର୍ଚ୍ଚାନେତ୍ରୀମାନଙ୍କ ସହ ତାଙ୍କ ନିକଟକୁ ଯାଇ ବୁଝାସୁଝା କରିଥିଲେ। କିନ୍ତୁ ତାଙ୍କ ପରିବାର ସହ ଅନେକ ବଚସା ହୋଇଥିଲା। ଥରେ ନୁହେଁ ଦୁଇଥର ଲେଖାଏଁ ତାଙ୍କ ପରିବାର ନିକଟକୁ ଯାଇ ଏ ସମ୍ବନ୍ଧରେ ଟିକିନିକି ବୁଝାଇଥିଲେ। ଶେଷକୁ ‘ସେଭ ଦ ଚିଲ୍ଡ଼େନ୍’ ତରଫରୁ ଗ୍ରାମଞ୍ଚଳ ମାନଙ୍କରେ ଗଠନ କରାଯାଇଥିବା ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟିଙ୍କ ସହଯୋଗରେ ବିବାହ କରୁଥିବା ଉଭୟପକ୍ଷମାନଙ୍କୁ ବୁଝାଇଥିଲେ ଫଳରେ ସେମାନେ ମାନିଯାଇଥିଲେ। ପ୍ରକାଶ ଯେ, ତେଜୁରାମ ମାଝୀ ଜଣେ ଆଦିବାସୀ ସମ୍ପ୍ରଦାୟର ଗରୀବ ଶ୍ରେଣୀର ବ୍ୟକ୍ତି। ଚଳିତ ବର୍ଷ ପେଟପାଟଣା ପାଇଁ ପରିବାରକୁ ଧରି ଦୂରଦୁରାନ୍ତକୁ ଇଟା ଗଢ଼ି ଯାଇଛନ୍ତି। ବର୍ତ୍ତମାନ ତାଙ୍କ ଘର ଖାଲି ପଡ଼ିଛି। ବିବାହ ଅଟକିଯିବାରୁ ସମସ୍ତ ପରିବାରକୁ ନେଇ ଘର ଛାଡ଼ି ଚାଲିଯାଇଛନ୍ତି ଖାଦ୍ୟ ଅନ୍ୱେଷଣ ପାଇଁ। ବର୍ତ୍ତମାନ ହାସିନା ଝିଅଟି ଖରିଆରରୋଡ଼ ସ୍ଥିତ ଦାଦିମାଁ ପବ୍ଲିକ ସ୍କୁଲରେ ଶିଶୁ ମାନଙ୍କୁ ପାଠ ପଢ଼ାଇ ଆସୁଛନ୍ତି। ସେ ନିଜକୁ ନିଜେ ସ୍ୱାବଲମ୍ବନର ଆପ୍ରାଣ ଚେଷ୍ଟା ବଳରେ ଘରେ ଟେଲରିଂ କାମ କରି ବେଶ୍ ଦୁଇ ପଇସା ରୋଜଗାର କରି ପରିବାରକୁ ସହଯୋଗ କରିବାରେ ସହାୟତ ହୋଇପାରିଛନ୍ତି। ବାପା ପୂର୍ବରୁ ଟେଲରିଂ କାମକରୁଥିବା ଯୋଗୁଁ ବାପାଙ୍କ କାମକୁ ଝିଅ ଅନୁକରଣ କରି ସେ ନିଜକୁ ନିଜେ ଛିଡ଼ା ହୋଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି। ବାପା ବର୍ତ୍ତମାନ ନୂଆପଡ଼ା ବ୍ଲକର ସମିତି ସଭ୍ୟ ଅଛନ୍ତି। ଝିଅର ଏହି କାର୍ଯ୍ୟକଳାପକୁ ଦେଖି ବାପା ମାଁ ମାନେ ପ୍ରଶଂସା କରିବା ସାଙ୍ଗକୁ ଗାଁ ଲୋକେ ମଧ୍ୟ ତାଙ୍କ କାର୍ଯ୍ୟକଳାପକୁ ପ୍ରଶଂସାସହ ସମ୍ମାନ ଦେଇ ଆସୁଛନ୍ତି।

 

ସେଭ ଦ ଚିଲ୍ଡ଼୍ରେନ, ମିଡ଼ିଆ ଫେଲୋ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top