Home ଓଡ଼ିଶା ସେବାୟତଙ୍କ ସୁରକ୍ଷାକୁ ନଜରରେ ରଖି ପୁରୀ ପ୍ରଶାସନ କଡା ପଦକ୍ଷେପ ନେବାକୁ ଯୋଜନା କରିଛି

ସେବାୟତଙ୍କ ସୁରକ୍ଷାକୁ ନଜରରେ ରଖି ପୁରୀ ପ୍ରଶାସନ କଡା ପଦକ୍ଷେପ ନେବାକୁ ଯୋଜନା କରିଛି

102

ପୁରୀ, ୨୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରରେ ଏବେ ସେବକଙ୍କ ସୁରକ୍ଷା ଚିନ୍ତା ଘାରିଛି ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ। ପ୍ରତିଦିନ କରୋନାରେ ସେବାୟତଙ୍କ ଆକ୍ରନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗତକାଲି ସୁଦ୍ଧା ସେବାୟତଙ୍କ ସଂକ୍ରମଣ ସଂଖ୍ୟା ୪୩୦ ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୩ ଜଣ ପୁରୁଷ ଓ ୧୫୭ କଣ ମହିଳା ରହିଛନ୍ତି। ଚଳିତ ମାସ ଶେଷ ସୁଧା ଏହି ସଂଖ୍ୟା ୫୦୦ ସହ ଅତିକ୍ରମ କରିପାରେ ବୋଲି ପ୍ରଶାସନ ଅନୁମାନ କରୁଛି। କରୋନାରେ ସେବାୟତଙ୍କ ସଂଖ୍ୟା ଯେଭଳି ଭାବେ ବଢି ଚାଲିଛି ଏଭଳି ସ୍ଥିତି ଲାଗି ରହିଲେ ମହାପ୍ରଭୁଙ୍କ ସେବାପୂଜା ପ୍ରଭାବିତ ହେବା ପ୍ରଶାସନ ଆକଳନ କରୁଛି। କରୋନାରେ ୮ ଜଣ ସେବାୟତଙ୍କ ମୃତ୍ୟୁ ହୋଇଥିବାରୁ ଏବେ ଅନ୍ୟ ସେବାୟତ ମାନେ ଭୟର ବାତାବରଣ ଭିତରେ ମହାପ୍ରଭୁ ଙ୍କ ନୀତିକାନ୍ତି କରୁଛନ୍ତି। ତେଣୁ ଏହାକୁ ରୋକିବାକୁ ପ୍ରଶାସନ କଡା ପଦକ୍ଷେପ ନେବାକୁ ଯୋଜନା କରିଛି। ସେବାୟତଙ୍କ ପାଇଁ ଏଣିକି ସହାୟତା ଯୋଜନା ଖୋଲାଯିବ। ସେହି କେନ୍ଦ୍ର ଚାର୍ଜରେ ଜଣେ ଅଧିକାରୀଙ୍କୁ ରଖାଯିବ, ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ କେନ୍ଦ୍ରକୁ ତତ୍ୱାବଧାନ କରିବେ ବୋଲି ପ୍ରଶାସନ ନିଷ୍ପତି ନେଇଛି। ଏବେ ଠାରୁ ଦୈନିକ ଥର୍ମାଲ ଚେକିଂ କରି ସେବାୟତମାନେ ମନ୍ଦିରରେ ପ୍ରବେଶ କରିବା ସହ ଶ୍ରୀମନ୍ଦିର ପରିସରକୁ ଦୈନିକ ସାନିଟାଇଜ କରାଯିବ। ସେବାୟତଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପଥରେ ପାନ ଓ ଗୁଟଖା ଯାଂଚ କରାଯିବ। ଏସବୁ କଟକଣା ଅମାନ୍ୟ କରୁଥିବା ସେବାୟତ ଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ନିଷ୍ପତି ନେଇଛି ପ୍ରଶାସନ। ଅନ୍ୟ ପକ୍ଷରେ ୫୦ ଜଣ ସେବାୟତ ପ୍ଲାଜମା ଦାନ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.