Home ଅପରାଧ ସୂଚନା ଫଳକରେ ସୀମିତ ବିଶ୍ରାମାଗାର, ଅନୁଦାନ ରାଶି ହରିଲୁଟ୍ ଅଭିଯୋଗ

ସୂଚନା ଫଳକରେ ସୀମିତ ବିଶ୍ରାମାଗାର, ଅନୁଦାନ ରାଶି ହରିଲୁଟ୍ ଅଭିଯୋଗ

116

ହରିଚନ୍ଦନପୁର, ତା ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ସରକାରଙ୍କ ଇନ୍ଦିରା ଆବାସ ପରି ରାସ୍ତା କଡ଼ରେ ଯାତ୍ରୀଙ୍କ ସୁବିଧାପାଇଁ ବିଶ୍ରାମାଗାର ମାନ ନିର୍ମାଣ କରାଯାଇଛି । ଏହାର ଲକ୍ଷ ଯାତ୍ରୀମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା ଓ ବିଶ୍ରାମ କରିପାରିବେ । ସାଧାରଣତଃ ଯାତ୍ରୀମାନେ ବସକୁ ଅପେକ୍ଷା କରିବା ସହ ବାଟୋଇ ଖରା ବର୍ଷା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ଛକମାନଙ୍କରେ ବିଶ୍ରାମଗାର ନିର୍ମାଣ କରାଯାଇଛି । ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ଠାରେ ଛିଡା ହୋଇଥିବା ବିଶ୍ରାମଗାରର ସୂଚନା ଫଳକ ଲିଭିବାକୁ ବସିଥିବା ବେଳେ ହଜିଯାଇଛି ବା ସ୍ବପ୍ନ ପାଲଟିଛି ବିଶ୍ରାମଗାର । ୨୦୧୭-୧୮ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ଛକ ନିକଟରେ ଏକ ବିଶ୍ରାମାଗାର ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ଫଳକରେ ଲିପିବଦ୍ଧ ହୋଇଛି । ହେଲେ ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଶ୍ରାମାଗାର ନିର୍ମାଣ ହୋଇନଥିବା ବେଳେ କେଉଁ କାରଣରୁ ସୂଚନା ଫଳକରେ କାର୍ଯ୍ୟାଦେଶର ସମସ୍ତ ତଥ୍ୟ ଲିପିବଦ୍ଧ କରାଗଲା । ତାହାର ଅନୁଦାନ ରାଶି କାଗଜ କଲମ ଅଛି କି ନାହିଁ ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଛକ ଉପରେ ଆଖପାଖ ଅଞ୍ଚଳ ତଥା ଭଗାମୁଣ୍ଡା ଓ ଶଗଡପଟା ଗ୍ରାମ ପଞ୍ଚାୟତର ୧୦ଟିରୁ ଉର୍ଦ୍ଧ୍ବ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ଉକ୍ତ ଛକରେ ବିଶ୍ରାମଗାର ନଥିବା କାରଣରୁ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିଶ୍ରାମାଗାର ଅନୁଦାନ ରାଶି ଟଙ୍କାକୁ ହରିଲୁଟ କରାଯାଇଥିବା ନେଇ ପୂର୍ବତନ ବ୍ଲକ ଅଧକ୍ଷ ଅଭିଯୋଗ କରିଛନ୍ତି । ଏନେଇ ବ୍ଲକ ଭାରପ୍ରାପ୍ତ ଦାୟିତ୍ଵରେ ଥିବା ଏବିଡିଓଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.