ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ନେରଡ଼ା ସ୍ଥିତ ମା’ସୁବର୍ଣମୁଖୀଙ୍କ ପୀଠରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଓଡ୍ରାଫ ଦଳ ମୁତୟନ କରାଯାଇଛି।ମଙ୍ଗଳବାର ସନ୍ଧ୍ୟାରେ୨୧ଜଣିଆ ଦୁଇଟି ଦଳ ରବର ନୌକା ସହ ପୀଠରେ ପହଂଚି ବୈତରଣୀ ନଦୀରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି।ବେଆଇନ ବାଲି ଉତୋଳନ କାରଣରୁ ପୀଠ ନିକଟରେ ନଦୀର ଗଭୀରତା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣାରେ କେତେକଙ୍କ ପ୍ରାଣହାନୀ ହୋଇଥିବାର ନଜିର ରହିଛି।ମା’ ସୁବର୍ଣମୁଖୀଙ୍କ ଚଡକ ଯାତ୍ରା ପାଇଁ ଗହଳି ବିଶେଷ କରି ନଦୀର ଅପର ପାର୍ଶ୍ୱ ଯାଜପୁର ଜିଲା ଅଂଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମା’ଙ୍କ ପୀଠକୁ ଆସୁଥିବାରୁ ଚଳିତ ବର୍ଷ ମେଳା ପରିଚାଳନା କମିଟିର ଅନୁରୋଧ କ୍ରମେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଓଡ୍ରାଫ ଦଳର ସହାୟତା ନିଆଯାଇଛି।ଭଦ୍ରକ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ମେଳାର ପ୍ରାରମ୍ଭ ସଂକ୍ରାନ୍ତି ଦିନ ମା’ ସୁବର୍ଣମୁଖୀଙ୍କ ପୀଠକୁ ଆସିଥିବା ବେଳେ ଓଡ୍ରାଫ ଯୋଗାଇବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା।ଜିଲାପାଳ ଗୁରୁତ୍ୱ ଉପଲବ୍ଧି କରି ପ୍ରଶାସନ ପକ୍ଷରୁ ଓଡ୍ରାଫ ନିୟୋଜିତ କରିଥିବାରୁ ସମାଜସେବୀ ପ୍ରମୋଦ କୁମାର ନାୟକ ଓ ମେଳା କମିଟିର ସଦସ୍ୟ ମାନେ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।